Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ଚୈତ୍ର ନୁହେଁ ମୈତ୍ର ଦେଉଥାଏ ଖରା

ଚୈତ୍ର ନୁହେଁ ମୈତ୍ର ଦେଉଥାଏ ଖରା

1 min
202


ଚୈତ୍ର ନୁହେଁ ମୈତ୍ର ଦେଉଥାଏ ଖରା

ଜଳିଯାଏ ଦେହ ଧରା

ବଇଶାଖ ପାଖ ଆହୁରି ଆରୁଖ

ହାହାକାର ଲାଗେ ସାରା ।

ଆଷାଢ ଜ୍ୟେଷ୍ଠରେ ଚଷାଭାଇ କୂଳ

ଯୋଚୁଥାନ୍ତି ନିଜ ହଳ

ଅବନୀ ବକ୍ଷକୁ ଚିରି ବିଦାରିବେ

ଆଣିବେ ଶସ୍ୟ ଶ୍ୟାମଳ ।

ଧିରେ ଧିରେ କରେ ଭାଦ୍ରବ ପ୍ରବେଶ

ସୁନିର୍ମଳ ଦିଶେ ଦିଶ

ଦେଇ ପୁଷ୍ପ ରାଜି ସୁବାସେ ସରଜି

ଦେଉଥାନ୍ତି ମନେ ହସ ।

ଆଶ୍ଵିନ ଆସନ୍ତେ କିରଣ ଝଲକେ

ଝଲକାଏ ଶଶୀ ମନ

ଶସ୍ୟମୟ ଦେଖି କୃଷକେ ହ୍ଳାଦକୀ

ଆନନ୍ଦରେ ଗାଏ ଗାନ ।

କାର୍ତ୍ତିକ ମାସରେ କଁଅଳେ ପତର

ଯେତେ ପୂଣ୍ୟ କାର୍ଯ୍ୟ ହୁଏ

ଜଗତେ ଜାଣନ୍ତି ସଂକୀର୍ତ୍ତନ ଧ୍ୟାନେ

ଭକ୍ତି ରସେ ଭାବ ବହେ ।

ମାସ ମଧ୍ୟେ ମାସ ମାର୍ଗଶୀର ମାସ

ଲକ୍ଷ୍ମୀ ନାରାୟଣେ ଧ୍ୟାନ

ଶୀତଳ ପବନ କାହା ପାଇଁ ଯମ

କାହା ପାଇଁ ଜୀବଦାନ ।

ପୌଷ ମାଘ ଶୀତ କଷ୍ଟ ଅପ୍ରମିତ

ହସୁଥାଏ କିନ୍ତୁ କ୍ଷେତ

ଥଣ୍ଡା ବିରାଜିଲେ କୃଷକ ହସିଲେ

ପରିବା ମିଳେ ବହୁତ ।

ଫଗୁ ଫଗୁଣରେ ଖେଳୁଥାନ୍ତି ଘରେ

ପଞ୍ଚୁ ଦୋଳି ବିମାନରେ

ପାଉଥାନ୍ତି ଭୋଗ ସବୁଠି ଠାକୁରେ

ବର୍ଷାରମ୍ଭ ହେବ ଥରେ ।


Rate this content
Log in