Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

☆☆☆ କିଏ କହୁଥିଲା ? ☆☆☆

☆☆☆ କିଏ କହୁଥିଲା ? ☆☆☆

1 min
13.6K


☆☆☆ କିଏ କହୁଥିଲା ? ☆☆☆

ମୋ ଛାତ ଉପରେ ଅହରହ ବର୍ଷା ,
ଠୁଳହୋଇ ନଈ ପରି ବୋହୁଥିବା ଧାର,
କେଉଁ  ଖାତା କି' ବହିରୁ ଫର୍ଦ୍ଦେ ଚିରିବାର,
ମୋ ମନ ଡଂଗା ,ଫିକ୍ କିନା ହସି କହେ
- ତୋତେ ବଡ଼ ହେବାକୁ କିଏ କହୁଥିଲା ? ( ୧ )

ମୋ ସ୍କୁଲ ଦେଇ ଯିବା ଆସିବାର ବେଳ ,
ଗେଟ୍ ସାମ୍ନା ସେ ଯେଉଁ ଆଇସକ୍ରିମ ବାଲା ,
କାଢୁଥାଏ ଧଳା ନାଲିର ବରଫ ଟୁକୁଡା ,
ତାକୁ ଦେଖି ମୋ' ଲାଳଭର୍ତ୍ତି ମୁହଁ କହେ
- ତୋତେ ବଡ଼ ହେବାକୁ କିଏ କହୁଥିଲା ? ( ୨ )

ରାମୁକକାର ବାଡଘେରା ବିଶାଳ ବଗିଚା ,
ନାଲି ମଂଜି ପିଜୁଳିର ନୁଆଁଣିଆ ଡାଳ ,
ମାଡ଼ ଖାଇ କାଲି ପୁଣି ଆଜି ଆଉଥରେ ,
କଣ୍ଟା ବାଡ ଡେଇଁବାର, ମୋ ଉଦ୍ଦାମତା କହେ
- ତୋତେ ବଡ଼ ହେବାକୁ କିଏ କହୁଥିଲା ? ( ୩ )

ଆମଘର କାନ୍ଥରେ ସେ ନିହାଣିଆ କଣ୍ଟା ,
ଟଂଗା ସେଠି ବାପାଙ୍କର ଈସ୍ତ୍ରୀଦିଆ ଜାମା,
ହାତିକିଆ ପକେଟରେ ଖୁଚୁରାଙ୍କ ଭିଡ଼,
ଟଙ୍କାଟିଏ ଚୋରି କରି ପାଂଚଣର ଭୟ କହେ
- ତୋତେ ବଡ଼ ହେବାକୁ କିଏ କହୁଥିଲା ? ( ୪ )

ରାଣୀ ବନ୍ଧ ତୁଠର ସେ ଚିକ୍କଣ ପଥର ,
ଶାଶୂଘରୁ ସୁମିଅପା ଗାଧୋଇବ ଯେବେ,
ଓଦାଦେହ ଲୁଚିଛପି ମୁଁ  ରବି ଆଉ ସଦା,
ମିଳିମିଶି ଦେଖିବାର ମୋହ ମୋତେ କହେ
- ତୋତେ ବଡ଼ ହେବାକୁ କିଏ କହୁଥିଲା ? ( ୫ )

ଅଜାଘରୁ ଆସିଥିବା ଓଜନ ବାସନ,
ଦି'ଦିନର ଦହିମିଶା କଂସାଏ ପଖାଳ ,
ନ'ଖୁଆଇଲେ ଖାଇବିନି ଜିଦି ସବୁ ମୋର,
ମାଆ ହାରେ  ସବୁବେଳେ ,ମୋ ଜିତାପଟ କହେ
- ତୋତେ ବଡ଼ ହେବାକୁ କିଏ କହୁଥିଲା ? ( ୬ )

☆☆☆ ଅମୀୟ ବେଜ୍ ☆☆☆


Rate this content
Log in