Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3.6  

Kalyani Nanda

Others

ଫୁଟପାଥ ର ହସ

ଫୁଟପାଥ ର ହସ

1 min
205


ଫୁଟପାଥର ଖୋଲା ଅଗଣାରେ ,

ଉତ୍ତପ୍ତ ମଧ୍ଯାହ୍ନର ପ୍ରଚଣ୍ଡ ଖରା,

ଶ୍ରାବଣର ନିର୍ଘାତ ବର୍ଷା ର ଧାରା,

ଅବା ଶିତର ହାଡ ଥରା ଥଣ୍ଡା ,

ଏ ସବୁର ଅବାଧ ଆସିବା , ଯିବା ।


ହେଲେ ....,

ଚେନାଏ ହସ , ମୁଠାଏ ଖୁସି ,

ଭୁଲାଇ ଦିଏ କ୍ଷୁଧାର ଯନ୍ତ୍ରଣା ,

ନିଗିଡି ଯାଉଥିବା ଝାଳରେ ,

ଧୋଇହୋଇ ଯାଏ ସାରା ଦିନର କ୍ଲାନ୍ତି ।

ତଥାପି...,

ଫୁଟପାଥ୍ରେ ମାଁ କୋଳର ଉଷୁମ ପାଇ,

ଶିତ ରାତିରେ ବି ପୁଅ ତା ପଡେ ଶୋଇ,

ସଂକୁଚିତ ଯୌବନ, ଅସହାୟ ବାର୍ଦ୍ଧକ୍ଯ,

ସଭିଁଏ ନିଶ୍ଚିନ୍ତ ରାତ୍ରି କୋଳେ ପଡନ୍ତି ଶୋଇ ।


ଦୁଃଖ, ଯନ୍ତ୍ରଣା, ମାଁ, ପୁଅ ସମସ୍ତେ ଶୋଇ ପଡନ୍ତି,

ପାଉଁଶ ହେଉ ଥାଏ ଫୁଟପାଥ୍ ର ସ୍ବପ୍ନର ସବୁ ଜଳିଜଳି,

ଦାରିଦ୍ର୍ଯ ର ଚିତ୍କାର ନିସ୍ତବ୍ଧ ରାତ୍ରି ରେ ଆଉ ଶୁଭେନି,

ଫୁଟପାଥ ହସୁଥାଏ, ଆଉ ହସୁଥାଏ କ୍ଷୁଧା, ଯନ୍ତ୍ରଣା ତାଳିମାରି ।


କଲ୍ଯାଣୀ ନନ୍ଦ,

କଲ୍ଯାଣନଗର, ବୁଢାରଜା, ସମ୍ବଲପୁର, ଓଡିଶା।



Rate this content
Log in