Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayadeba Mahapatra

Others

3  

Jayadeba Mahapatra

Others

କାହାକୁ ଦେବି ମୁଁ ଦୋଷ

କାହାକୁ ଦେବି ମୁଁ ଦୋଷ

1 min
6.9K


କି କାରଣେ ସତେ ଶବ କଲ ମୋତେ

ପ୍ରାଣ ମୋର ଥାଉ ଥାଉ

ତୁମ ପାଇଁ ଖେଳ ମୋ ପାଇଁକି କାଳ

ସହି ପାରିଲିନି ଆଉ |

ରାଇଜଟା ସାରା ଇଜ୍ଜତ ଲୁଟେରା

ନିର୍ଦ୍ୱନ୍ଦେ ମାରନ୍ତି ଭାଉ

ଅନୁରୋଧ ମୋର ରଖ ସରକାର

ଇଚ୍ଛା ମୃତ୍ୟୁ ମୋର ହେଉ |

ପଲ୍ଲୀ ଠାରୁ ଦିଲ୍ଲୀ ପିପିଲି କୁନ୍ଦୁଲୀ

ଖୋଲିଦେଲେ ଇତିହାସ

ନ୍ୟାୟ ଖୋଜି ଖୋଜି ସବୁ ଗଲେ ହଜି

କାହାକୁ ଦେବି ମୁଁ ଦୋଷ |

ଭଦ୍ର ମୁଖାଧାରୀ ଅଧିକାରୀ ଧରି

ଅମୃତ ଭାଣ୍ଡରେ ବିଷ

ମାରି ଆଖି ଠାର ଧର୍ମକୁ ତ୍ରିବାର

କରି ପୁଣି ଉପହାସ |

ଖୋଲି ମୋ ଅତୀତ କରି ନିର୍ଯ୍ୟାତିତା

କରନ୍ତି ଫାଇଲି ଚାଷ

ଦୁଷ୍କର୍ମ ଘଟଣା ହୁଏ ବାଟ ବଣା

ବେକରେ ଲଗାଇ ଫାଶ |

ଆଣେ ପୁରସ୍କାର ଆମ ସରକାର

ଲଭୁ ପଛେ ଅପଯଶ

ମାଗିଦେଲେ ପାଣି ଦାରୁ ଦିଏ ଆଣି

ନ ମେଣ୍ଟୁ ପଛକେ ଶୋଷ |


Rate this content
Log in