Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ହେଇ ଦିଶିଲାଣି ଶେଷ ଘରଟି ଲୋ

ହେଇ ଦିଶିଲାଣି ଶେଷ ଘରଟି ଲୋ

1 min
6.9K


ହେଇ ଦିଶିଲାଣି ଶେଷ ଘରଟି ଲୋ

 

ଆଭାକାନ୍ତ ମହାନ୍ତି

 

ହେଇ ଦିଶିଲାଣି ଶେଷ ଘରଟି ଲୋ

       ଆଉ ତ ଅଳପ ବାଟ

ଯାଇ ଯାଇ ସେଇ ଘରକୁ ଯିବି ମୁଁ

       ଭୁଲାଇ ସରବ ନାଟ । ୦ ।

 

ସମୟ ଅଙ୍ଗୁଳି ଧରି       ଚାଲିଛି କାଳକୁ ଚିରି

       ଚାଲିଥିବି ଶେଷ ଶ୍ୱାସ ଯାଏ

ବାହୁଡ଼ି ଫେରିବି ଯଦି            ପୁଣି ହେବି ମାୟାବନ୍ଦୀ

       ହେବ ପୁଣି ନୂଆ ଖେଳଟିଏ

ପୁଣି ଥରେ ମାୟା ଜୀବନରେ ଜୁଆ

       ପୁଣି ଥରେ ଛଟପଟ । ୧ ।

 

ପୁଣି ଅହଂକାରେ ମାତି           ଆୟୁଷଟି ଯିବ ବିତି

       ଛାଇଯିବ ବଞ୍ଚିବାର ନିଶା

ପୁଣି ଥରେ ବେଇମାନୀ         ନୂଆ ରଙ୍ଗ, ନୂଆ ଧୁନି

       ପୁଣି ଶେଷ ଅନୁତାପ କଷା

ଏତେଥର ଆସି ଭୁଲୁଛି କାହିଁକି

       ଏଇ ମାୟା ବାଟଘାଟ ? । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in