Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

2  

Ansuman Swain

Others

କେଉଁ ଜନମରେ କି ଦୋଷ କରିଛି

କେଉଁ ଜନମରେ କି ଦୋଷ କରିଛି

1 min
6.7K


କେଉଁ ଜନମରେ କି ଦୋଷ କରିଛି

କୁହ ଆହେ ଭାବ ଗ୍ରାହି

ତୁମ ଘୋଷ ଜାତ ଦେଖି ପାରୁନାହିଁ

ତୁମ ଦୁନିଆରେ ରହି ।

ସଂସାର ଯାତନା କରେ ଆନମନା

ସବୁ ଦିନ ପାଇଁ ଦୁଃଖ

ତୁମ ବଡ଼ ଦାଣ୍ଡେ ପଡ଼ିନାହିଁ ପାଦ

ଦେଖିନି ତୁମରି ମୁଖ ।

କେଉଁ ଜନମରେ କି କର୍ମ କରିଛି

ଛୁଇଁନି ନରେନ୍ଦ୍ର ଜଳ

ତୁମେତ ଜାଣିଛ ଦିଅ ମୋତେ କହି

ଆଖି ହୁଏ ଛଳ, ଛଳ ।

ଦିଅ ମୋତେ ଶକ୍ତି କର ମୋତେ ମୁକ୍ତି

ଦେଖିବି ତୁମରି ଜାତ

ଯେତେ ଦିନ ଯାଏ ଥିବ ମୋର ପ୍ରାଣ

ଗାଉଥିବ ତୁମ ଗୀତ ।

ତୁମ ଛଡା ପ୍ରଭୁ ଜାଣେନା କାହାକୁ

ତୁମେ ମୋର ଭାବ ବନ୍ଧୁ

ତୁମରି ନାମରେ ଦୁନିଆଁ ହସୁଛି

ତୁମେ ମୋର କୃପା ସିନ୍ଧୁ ।

ଜୟ ଜଗନ୍ନାଥ...........

💐💐💐💐💐💐💐💐💐💐💐

ଅଂଶୁମାନ ସ୍ୱାଇଁ

👏👏👏👏👏👏👏👏👏👏👏👏👏

ସରମଙ୍ଗା, ସଡଙ୍ଗ ,କେନ୍ଦୁଝର ୭୫୬୧୨୧

ଫୋନ୍ ନମ୍ବର୍ -୯୭୯୦୮୧୪୬୭୪

ansumanswain93@gmail.com


Rate this content
Log in