ରଙ୍ଗଅଧର(ଗଳ୍ପ)
ରଙ୍ଗଅଧର(ଗଳ୍ପ)
( ରଥଯାତ୍ରା ଉପଲଖ୍ୟେ)
ରଙ୍ଗଅଧର. ପ୍ରତାପ ନାୟକ
,,,,,,,,,,,,,,,,, ୭୦୦୮୦୫୪୨୮୨
କହିକି ଆଣିଲ ରତ୍ନ ସିଂହାସନରେ ବସି ବସି ବୌଦ୍ଧ ହେଇଗଲଣି,ଚାଲ ବାହାରକୁ ଯିବା
ପତିତ ଦର୍ଶନ ପାଇବେ ପତିତ ଉଦ୍ଧାର ବାନା ଉଡେଇବା ।ମୁଣ୍ଡରେ ନଭଶ୍ଚୁମ୍ଭି ଟାହିଅା ଲଗେଇ ଟେକି ଟାକି ବାଇଶି ପାହାଚେ ଆଣିଲ, କଚାଡି କଚାଡି ତମେ ପଣ୍ଡାମାନେ ରଥକୁ ଆଣିଲ,ଟଣା ଘୋଷରରା ଟାହିଆ ଛିଣ୍ଡିଲା.....
ରାଜା ନିଜକୁ ଆଦ୍ୟ ସେବକ ପ୍ରମାଣିତ କଲେ ଛେରା ପ୍ରହରା କରି ।ପ୍ରଥମେ ଦର୍ଶନ ଓ ଆଳତି ଶଙ୍କରାଚାର୍ଯ୍ୟ କଲେ।
ତେବେ ମୁଁ ଯେଉଁମାନଙ୍କ ପାଇଁ ଅଣାହେଲି ସେମାନେ କାହାନ୍ତି ?
ଯାହାଙ୍କୁ ଅଛୁଆଁ କରି ରଖିଛ....
ଯେଉଁ ମାନଙ୍କୁ ଜାତିରେ ପୁରୋଉନା.....
ଅଜାତି ବିଜାତି କେହି ଗୋଟିଏ ତ ନାହାଁନ୍ତି.....
ସବୁ ନେତା ଓ ଅଧିକାରି ଆଉ ସେମାନଙ୍କ ପରିବାର .....
ମୁଁ ସେମାନଙ୍କ ଦର୍ଶନ କରୁଛି ବହୁ ଆରାମରେ ଏହି ରଥ ଉପରେ।
ଗୌଡିୟ କୀର୍ତ୍ତନ ମଣ୍ଡଳି ଯିଏ ମନ୍ଦିରରେ
ସବୁବେଳେ ମୋ କାନ ଅତଡା ପକାନ୍ତି ବିଭିନ୍ନ ପର୍ବପର୍ବାଣୀରେ ବର୍ଷ ସାରା ,ଆଜିବି
ଏକଜୁଟ ସବୁ ସେମାନେ ବଡଦାଣ୍ଡରେ......
ମୁଁ ତ ଅଣନିଶ୍ୱାସୀ ସେମାନଙ୍କ ଭିଡରେ.....
ଆରେ ଆରେ ସେଇ ଦଇତାପତି ପଣ୍ଡା
ସୁଆର ସେବକ,ଛତିଶା ନିଯୋଗ
ସମସ୍ତେ ରଥ ଉପରେ....
ହେଲେ ମତେ ଯାହାଙ୍କ ପାଇଁ ଅଣାଇଥିଲ,
ସେମାନେ କାହାନ୍ତି?
କିଏ ଶୋଇଛି କାନ୍ଦି କାନ୍ଦି ସମୁନ୍ଦ୍ର ବାଲିରେ
କିଏ ଅଟକିଛି ଅଠର ନଳାରେ ଆଉ କିଏ ଚନ୍ଦନପରେ,ସେମାନଙ୍କୁ ବାଟ ଓଗାଳିଛି ଦରୁଆନ୍, ବଡଦାଣ୍ଡ ଭିଡ ହେଇଯିବ ସେମାନଙ୍କ ଗହଳିରେ।ଯାତ୍ରାରେ ବାଭ୍ରାଟ ଘଟିବ।
ଚକାଆଖି ଘୋଡେଇ ହୋଇ ପଡିଲା....
ରଙ୍ଗ ଅଧର ନିମିଶକ ପାଇଁ ଫିକା ପଡିଗଲା,
ତାର ଲାଳିମା,ମାଧୁର୍ଯ୍ୟ,ଲାଳିତ୍ୟ ଉଭେଇ ଗଲା କୁଆଡେ.....
ଶେଷରେ ଠକିଲ ମତେ ???
ମୁଁ ତ ବର୍ଷସାରା ମନ୍ଦିରରେ ଦେଖେ ଯିଏ ,ରଥ ଉପରେ ସିଏ ରଥ ଦଉଡି ଟାଣେ ସିଏ ଭିଡ ଜମାଏ ସିଏ,ଖୋଳ କିର୍ତ୍ତନ କରେ ସିଏ ଆଜିବି ଏହି ବଡଦାଣ୍ଡରେ ......
ଆଜିବି ଏହି ଘୋଷ ଯାତ୍ରାରେ......
ନାହାଁନ୍ତି ସିଏ ମୁଁ ଯା ପାଇଁ ଆସେ
ତା ପରିବାର ଦୂରରେ ରହି ହୃଦରେ ଦେଖେ... ଆତ୍ମାରେ ଡାକେ ....
ମନରେ କହେ ....
ହେ ରଥେ ପ୍ରଭୁ ବଳିଆର ଭୂଜ
ହେ ରଂଗ ଅଧର
କାଳିଆ ସାଆନ୍ତ
ହେ ଜଗତ ଠାକୁର ଜଗନ୍ନାଥ
ଭାଇଭଉଣୀ ନେଇ ଯା ମାଉସୀ ଘର,
ଆମେ ଏଇଠି ରହି କରୁ ଦଣ୍ଡବତ,
ଗ୍ରହଣ କରିବୁରେ ଦେବକୀ ନନ୍ଦନ
ଯଶୋଦା ପ୍ରାଣଧନ
ଗୋପି ପ୍ରାଣବଲ୍ଲଭ
ଆମ ଜୀବଜୀବନ......
ସେମାନଙ୍କ ଡାକରେ ମୁଁ କଣ ରଥରେ ଥାଏକି ,
ଯାଇକି ତାଙ୍କ ପ୍ରାଣରେ ଥାଏ,
ତାଙ୍କ ପିଲା ସାଂଗେ ଧୁଳିଦାଣ୍ଡରେ
ନଡିଆ ପିଞ୍ଛ ଆଉ ଡିମିରି ଫଳରେ
ତିଆରି ରଥରେ ଥାଏ।
ତମେ ତିଆରି କରିଥିବା ବାଣିଜ୍ୟ ରଥରେ ମୁଁ ନଥାଏ ସେଠାରେ କେବଳ ମୋର ବିଗ୍ରହ ଥାଏ ।
ମୋ ରଙ୍ଗ ଅଧର ତ ସେମାନଙ୍କ ଘରେ ବନ୍ଧା ପଡିଥାଏ,ପାଟପିତାମ୍ବରୀ ପିନ୍ଧାଇ ଟାଣି ଘୋଷାରିକି
ଛିଣ୍ଡା ଟାହିଆ ଭିତରେ ଯେଉଁ ରଙ୍ଗ ଅଧର ଦେଖ ,ସେ ଅଧରରେ ରଂଗ ନଥାଏ କି ଲାଳୀମା,ମାଧୁର୍ଯ୍ୟ କି ଲାଳିତ୍ୟ ନଥାଏ,ଥାଏ ତୁମ ମନର ଅଭିଳାସ ।ମୁଁ ସିଅାଡେ ପତିତ ଉଦ୍ଧାର କରୁଥାଏ।