Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ସଂଗୀତଜ୍ଞ  ଚିତ୍ତ ରଞ୍ଜନ ସ୍ମରଣେ

ସଂଗୀତଜ୍ଞ  ଚିତ୍ତ ରଞ୍ଜନ ସ୍ମରଣେ

1 min
6.9K


ମୋ ପ୍ରିୟା ଠାରୁ କେ ଅଧିକ ସୁନ୍ଦର ଅମର କରିଛ ତୁମେ

ଖୋକା ଭାଇ ପରେ ଖାଣ୍ଟି କଟକିଆ କି ଗୁଣ ଗାଇବୁ ଆମେ ।

ପ୍ରାକ ସ୍ୱାଧୀନତା ଏକଚାଳିଶରେ ଧରାଧାମେ ଆସିଥିଲ

ତେର ଡିସେମ୍ବର ଅଠରରେ ସବୁ ମମତା ତୁଟାଇ ଦେଲ ।

'କୁଂଚି କୁଂଚିକା ଏ ପରବତ'

ଆଉ ଆକର୍ଷଣ କରୁନାହିଁ

'ରୂପ ହୋଇଥିବ ଲାବଣ୍ୟବତୀ' ସେ କା ଆଖିରେ ପଡୁ ନାହିଁ ।

ମାଣିକ କୁ କିଏ ବୋଧ ଆଉ ଦେବ 'ମୁଁ ଦେବି ମଥାର ମଣି'

ମନ ମନ୍ଦିରରେ ଦୀପାଳୀ ଜାଳିବ ପୂଜାର ଆରତୀ ଘେନି ।

ଚିତ୍ତ ରଞ୍ଜନ ନାମଟି ସାର୍ଥକ କରିଛ ଓଡ଼ିଆ ଙ୍କର

ସୁମଧୁର କଣ୍ଠେ ସୁଲଳିତ ଗାନ ସାତ ସୁରର ଝଙ୍କାର ।

କାର୍ତ୍ତିକ ଶୁକଳ ପକ୍ଷ ସହଜେ ତ ପୂଣ୍ୟ ର ନଦୀ ତୀରେ

ଅମର ସଂଗୀତ ଛାଡ଼ି ଯାଇଛ ଯେ ଓଡିଶା ତୁମକୁ ଝୁରେ ।


Rate this content
Log in