କିଏ କଲା ତୋତେ ଗୋରୀ
କିଏ କଲା ତୋତେ ଗୋରୀ
ଗୋରା ଦେହ ତୋର କିଏ ଆଣିଦେଲା
କିଏ କଲା ତୋତେ ଗୋରୀ
ଲାବଣ୍ୟ ତୋହର ଝଲକାଏ ଆଖି
ମନ ଯାଏ ମୋର ପୁରି ।
ଅଳଙ୍କାର ତୋର ଦେହର ଶୃଙ୍ଗାର
ପୋଷାକରେ ପ୍ରେମ ଗନ୍ଧ
କହିଦେଲେ କିଛି ଲାଗେ ମଧୁଝରେ
ମନ ମାନେ ନାହିଁ ବନ୍ଧ ।
ଲମ୍ବା ବେଣୀ ତୋର ଲମ୍ବିଛି କଟିକୁ
ନିତମ୍ବରେ ଆଶ୍ରା ନେଇ
ପାଦପ ତୋହର ପାଉଛି ପରଶ
କମଳ ଅଙ୍ଗରେ ଯାଇ ।
ନଦେଖିଲେ ତୋତେ ଭାଙ୍ଗିଯାଏ ମନେ
ଭଗ୍ନ ହୃଦୟରେ ଭାବେ
ମଗ୍ନ ମନ ମୋର ମନ୍ମଥ ଣରୀରେ
ନିଃସ୍ଵ ବୋଲି ଭାରି ଲାଗେ ।
ତୋତେ ଦେଖିଦେଲେ ନୀରସ ଜୀବନେ
ସରସତା ଆସେ ବସି
ଅବାଧ୍ୟ ପାଦବି ଚାଲିବା ଲାଗଇ
ପାରେ ନାହିଁ ଆଉ ଖସି ।
ନିଃଶବ୍ଦ ଜୀବନ ଭାବନା ତୋଫାନ
କାମନାରେ ହୁଏ ହୀନ
ମହକିଲେ ପ୍ରୀତି ମତ୍ତ ହୁଏ ଗତି
ଆନମନା ହୁଏ ମନ ।
କେତେ ବାହାନାରେ ଯାଏ ତୋ ପାଖକୁ
ଦେଉ ନାହୁଁ ଟିକେ ଦେଖା
ରିକ୍ତ ମନ ମୋର ତିକ୍ତ ହୋଇଲାଣି
ଅଭିସାରକୁ ଅପେକ୍ଷା ।
ପ୍ରଶାନ୍ତ କୁମାର ହୋତା