ଏତିକି ସୁଦୟା କର ମହାବାହୁ
ଏତିକି ସୁଦୟା କର ମହାବାହୁ
ଶ୍ରୀପଦ ବନ୍ଦନା କରେ ବିଶ୍ୱପତି
ଶ୍ରୀଚରଣେ କରି ସ୍ତୁତି,
କରପତ୍ର,ହୃଦପୁଷ୍ପ,ନେତ୍ରତ୍ୱୟ,
କର୍ମଫଳ ଦେଇ ଲଭିବି ମୁକ୍ତି।
ନୀଳସିନ୍ଧୁ ଜଳୁ ଦାରୁବ୍ରହ୍ମ ରୂପେ
ଶ୍ରୀକ୍ଷେତ୍ର କରିଲ ବାସ,
ଶ୍ରୀମହାପ୍ରସାଦ ଭକ୍ତମୁଖେ ଦେଇ
ରଖିଲ ଗୌରବ ଯଶ।
ଶ୍ରୀଗୁଣ୍ଡିଚା ରାଣୀ, ଭକ୍ତ ସାଲବେଗ
ଦାସିଆ,ବନ୍ଧୁମହାନ୍ତି,
ତୁମ ଭାବଡୋରେ ବନ୍ଧା ଏ ଜଗତ
କି ଲୀଳା ରଚୁଛ ସତେ।
ଗହଳ ଚହଳ ଫାଟି ପଡୁଥାଏ
ନିତି ପ୍ରତି ମୂହୁର୍ତ୍ତରେ,
ନର ପଶୁପକ୍ଷୀ କୀଟୁ ବ୍ରହ୍ମ ଯାଏ
ସର୍ବେ ଆନନ୍ଦ ବିଭୋରେ।
ତୋର ଦରଶନେ ଆତ୍ମା ପାଏ ମୋକ୍ଷ ମନୋବାଞ୍ଛା ପୂର୍ଣ୍ଣ ହୁଏ,
କଳୁଷ କାଳିମା ହଟିଯାଏ ମନୁ
ଏ ଜୀବନ ଧନ୍ୟ ହୁଏ।
ତଥାପି କାଳିଆ କଳିର ମଣିଷ
କାହିଁ ଏତେ ଉଗ୍ର ହୁଏ,
ସ୍ନେହ, ପ୍ରେମ, ଆଉ ଭକତି ଭାବନା
ତା ମନୁ ଉଭେଇ ଯାଏ।
ପାପ ଲାଳସାରେ ଜୀବହତ୍ୟା କରେ
ବୃକ୍ଷ କାଟେ ଅବାଧରେ,
ମାତୃଭୂମି,ପିତା ମାତା କନ୍ୟା,ଭାବ
ଭୂଲି ଅପକର୍ମ କରେ।
ତୋରବଡଦାଣ୍ଡେ,ତୋ ବଡ଼ଦେଉଳେ
ନାହିଁ ତ ସେପରି ନୀତି,
ଦେଇକି ପାରୁନୁ ଏ ମଣିଷ ହୃଦେ
ସୁଜ୍ଞାନ,ସ୍ନେହର ପ୍ରିତୀ।
କରୁଛି ବିନତି ଆହେ ଜଗନ୍ନାଥ
ଢାଳ କରୁଣାର ବାରି,
ହଟୁ ରାଗ ହିଂସା, ପାପର ପ୍ରବୃତ୍ତି
ଯାଉ ଧର୍ମ ଅନୁସରି।
ବୈକୁଣ୍ଠ ସମାନ ହେଉ ଧରାଧାମ
ନ ରହୁ ଆପଣା ପର,
ଦାନବରୁ ଦିବ୍ୟ ଦେବରୂପ ପୂଣ୍ୟାତ୍ମା
ହେଉ କଳିର।
ତୁ ଜଗତନାଥ ମୁଁ ଯେ ଅରକ୍ଷିତ
କିଞ୍ଚିତେ ସୁଦୟା କର,
ତୁମ୍ଭ ପଦଧ୍ୟାୟୀ ତୁମ୍ଭ ନାମଗାଇ
ବିତି ଯାଉ ଦିନ ମୋର।
ଏତିକି କରୁଣା କର ମହାବାହୁ
ଏତିକି ସୁଦୟା କର।
ପ୍ରଣତି ମହାପାତ୍ର
ବାଲେଶ୍ଵର