Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

3  

Dr Jharana Satapathy

Others

ପଖାଳ ନିଶା

ପଖାଳ ନିଶା

1 min
327


ପଖାଳ ନିଶା


କୁମୁଦୁନି ଦେବୀଙ୍କ ପଖାଳ କଂସା

ବାଙ୍କବାବୁଙ୍କୁ ଘାରିଛି ଏହାର ନିଶା

ପଖାଳ ଆଗରେ ସବୁ ପଡିଛି ଫିକା

ଅଫିସ୍ ବାହାରିବା ପାଈଁ ହୁଅନ୍ତି ଝିକା ।


ଟଙ୍କ ତୋରାଣିର ମହକ ବାସ

ବାଙ୍କବାବୁଙ୍କୁ ଘାରିଲା ନିଦ୍ରାର ଗ୍ରାସ

ନିଦ୍ରାଦେବୀ କୋଳେ ବିଶ୍ରାମ ପାଈଁ

ଉତ୍ସନ ହେଲାଣି ମନଟି ତହିଁ ।


ଘୁଙ୍ଗୁଡି ମାରି ଦେଖନ୍ତି ଦିବା ସପନ

ମାର୍ଚ୍ଚ ମାସରେ ପଡିଛି ଅଶେଷ କାମ

ଶୋଉ ଶୋଉ ଉଛର ହେଲାଣି ବେଳ

ପଖାଳର ମହିମା ସେତ କେଡେ ପ୍ରବଳ ।


ଘରଣୀ ବାଢିଲା କି ବାସି ପଖାଳ

ଦିନରେ ଶୋଇ ଗଡୁଛି ପାଟିରୁ ଲାଳ

ଏ ମଣି ପଖାଳ କଂସା କି ମନ୍ତର କଲା

ନିଶାଟା ଚଢି ଏ ମଣିଷ ଦପ୍ତର ଭୁଲିଲା ।


ମାର୍ଚ୍ଚ ମାସ ଖରାର ସେତ ଅସହ୍ୟ ତାତି

ଆମ ଓଡିଆ ଜାତିର ରହିଛି ପଖାଳ ଖ୍ୟାତି

ମନରେ ଥିଲା ତହିଁ କେବେଠୁ ଆଶା

ଘରଣୀ ବାଢିବ କେବେ ପଖାଳ କଂସା ।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର





Rate this content
Log in