Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Others

3  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ପ୍ରତିବାଦ କର

ପ୍ରତିବାଦ କର

1 min
7.2K


ବ୍ରଜନାଥ ରଥ


ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !

ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ

ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ

ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ ॥

ଅତ୍ୟାଚାରକୁ ସହିବାର ନାମ ମୃତ୍ୟୁ

ଅନ୍ୟାୟ-ପଦ ବନ୍ଦନା କରେ ମୂର୍ଖ

ମୁକ୍ତିର ପଥେ ପ୍ରତିବାଦ ଚିର ସତ୍ୟ

ଭୀରୁ ମରେ ନୀତି ନ କରି ଯୁକ୍ତି-ତର୍କ॥

ଦୁର୍ବଳ ସହେ ଆତ୍ମାର ଅପମାନ

ନପୁଂସକର ମୁଖେ ଝୁଲୁଥାଏ ଚାବି

କାପୁରୁଷ କରେ କ୍ଷମତାର ଜୟଗାନ

ମୁକ୍ତି ଖୋଜଇ ପାଷଣ୍ଡ-ପଦ ସେବି॥

ପ୍ରତିବାଦ କରି ଜାଣେନାହିଁ ଯେଉଁ ବ୍ୟକ୍ତି

ଆଖି ବୁଜି ଯିଏ ମିଥ୍ୟାକୁ କହେ ସତ୍ୟ

ସେ କାହୁଁ ଜାଣିବ ଆଲୋକର ମହାଶକ୍ତି

ହୀନ-ସ୍ୱାର୍ଥର ସେ’ତ ପଦସେବୀ ଭୃତ୍ୟ ॥

ପ୍ରତିବାଦ ଏକ ଲୋହିତ ଅଗ୍ନିଶିଖା

ଅତ୍ୟାଚାରୀର ଦୁର୍ଗକୁ ପାରେ ଜାଳି

ଅନ୍ଧାରେ ଟାଣେ ମୁକ୍ତି-ଆଲୋକ ରେଖା

ଭଗ୍ନ ହୃଦୟେ ବଜାଏ ବଜ୍ର-ତାଳି ॥

ଦଳିତ-ମଥିତ-ଅତ୍ୟାଚାରିତ ଯେତେ

ଭାଗ୍ୟ ଆଦରି ନୀରବେ ରହିଛ ଶୋଇ

ଝରୁଅଛି ନିତି ବିଶ୍ୱର ପଥେ ପଥେ

ପ୍ରତିବାଦ-ସ୍ୱର କଣ୍ଠେ କି ଫୁଟେନାହିଁ ??

ରକ୍ତ-ଚାବୁକେ ଖାଉଚ ଶକ୍ତ ମାଡ଼

ଶକ୍ତି ନାହିଁକି ଖୋଲିବାକୁ ଟିକେ ପାଟି ?

ନୁହେଁ ନୁହେଁ ଏ’ତ ଜୀବନ ମୁକ୍ତିପଥ

ଏ ଯେ ମରଣର ଦୁର୍ଗମ ଗିରିଘାଟି ॥

ତୁମେକି ଜାଣିନ ବୀରର ମୃତ୍ୟୁ ନାହିଁ

ଦୁର୍ବଳ ନିତି ମରଇ ଲକ୍ଷେ ଥର

ଭୀରୁର ଜୀବନେ-ମରଣେ ତଫାତ୍‌ କାହିଁ ?

ଜୀଇବା ମରିବା ସବୁ ତାର ଏକାକାର ॥

ସ୍ତୁତିଗାନେ କେବେ ଫିଟେନି ମୁକ୍ତିବାଟ

ନୀରବେ ସହିବା ଆତ୍ମଘାତୀର ନୀତି

ଅନ୍ଧରାଜାର ଦରବାରେ ଯେତେ ଭାଟ

ଜାଣିରଖ କେବେ ଚାଟୁରେ ପାହେନା ରାତି ॥

ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !

ଅନ୍ୟାୟ ଆଗେ ଶାଣିତ ଖଡ଼୍‌ଗ ତୋଳ

ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ

ଗଣସଂଗ୍ରାମେ ପ୍ରାଣ ହେଉ ଉଦ୍‌ବେଳ ॥


ସମାପ୍ତ


Rate this content
Log in