ବନ୍ଧୁ
ବନ୍ଧୁ
1 min
6.6K
ପବିତ୍ର ବନ୍ଧନ,
ପବିତ୍ର ସଂପର୍କ,
ନିରାଶା,ହତାଶାର ସାଥୀ,
ଦୁଃଖ ସୁଖର ସହଭାଗୀ,
ଭୁଲ ଠିକ୍ ର ପରାମର୍ଶ ଦାତା,
ଜୀବନର ପ୍ରତିଟି ମୁହୂର୍ତ୍ତର
ଏକମାତ୍ର ସାହାରା,
ନିନ୍ଦା କରେ
ପ୍ରଶଂସା ବି କରେ,
ସାହସ ଦିଏ,
ସହଯୋଗ ବି କରେ।
ଆଗକୁ ବାଟ କଢାଇ ନିଏ,
ହାତ ଧରି ଦୁର୍ଗମ ପଥ
ଅତିକ୍ରମ କରାଏ।
ସବୁଥିରେ ପାଖରେ ଥାଏ---
ହେଲେ....
ଏବେ
ବନ୍ଧୁ ଭାବରେ ଯାହାକୁ ପାଉଛନ୍ତି,
ସେ ବନ୍ଧୁ ସର୍ବଦା,
ଇର୍ଷା ପରାୟଣ,
ସ୍ଵାର୍ଥପର,
ପରଶ୍ରୀକାତରତାର ବଶବର୍ତ୍ତୀ ହୋଇ
ବନ୍ଧୁ ନ ହୋଇ
ବନ୍ଧୁକ ହୋଇ ଯାଉଛନ୍ତି,
ଯେଉଁଠି ଥାଏ କିଛି
ପିପାସା,
ଲାଳସା,
ଉଦ୍ଦେଶ୍ୟ ପୂରଣ ପାଇଁ
କେତେବେଳେ ଯେ
ଜୀବନ ନେଇ ଯାଆନ୍ତି ।
ବନ୍ଧୁ ଆଳରେ ବନ୍ଧୁକ।
ପ୍ରଣତି ମହାପାତ୍ର