କରନ୍ତି କି ଟିକେ ପ୍ରେମ
କରନ୍ତି କି ଟିକେ ପ୍ରେମ
ଭାବନା ଆସୁଛି ମନରେ ମନରେ
କରନ୍ତି କି ଟିକେ ପ୍ରେମ
ଭାଲୃଣ୍ଟାଇନ ଡେ ଦିଅନ୍ତା କି ମୋତେ
ଭଲ ପାଇବାର ଦିନ
ହୁଅନ୍ତା ଏମିତି ଦେଉଥାନ୍ତ ତୁମେ
ନେଉଥାନ୍ତି ମୁହିଁ ବସି
ଢାଳୁଥାନ୍ତ ତୁମେ ପ୍ରେମର ପିଆଲା
ତୃଷ୍ଣା ଯାଉଥାନ୍ତା ଖସି।
ମେଣ୍ଟିଯାନ୍ତା ତୃଷ୍ଣା ହୃଦୟୁ ମୋହର
ପ୍ରେମ ବୃଷ୍ଟି ପାଇ ପାଇ
ଦେଖୁଥାନ୍ତା ସିଏ ଦେଖୁଥାନ୍ତି ମୁହିଁ
ପ୍ରୀତି ପରସ୍ପର ହୋଇ।
ହେବ କି ଜାଗ୍ରତ ପ୍ରେମ ମୋ ପାଖରେ
ସ୍ଥୂଳ ତନୁ ଆଶ୍ଳେଷରେ
ଉଛରିତ ହୁଏ ହୃଦୟରୁ ଧ୍ଵନି
ପାଇବାକୁ ପ୍ରେମ ବାରେ
ପ୍ରେମ ତ ଶାଶ୍ଵତ ନୁହେଁ ସେ ପତିତ
ପ୍ରେମ ପବିତ୍ର ବନ୍ଧନ
ଅତଳ ଗଭୀର ପରି ସେ ସାଗର
ସର୍ବେ ହୋଇଥାନ୍ତି ଲୀନ
ପ୍ରଶାନ୍ତ କୁମାର ହୋତା