Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ଅପାସୋରା ଚିତ୍ର ତୋର

ଅପାସୋରା ଚିତ୍ର ତୋର

1 min
321


ତୁ ଏକ ତଟିନୀ

ଶାନ୍ତି ପ୍ରଦାୟିନୀ

କୁଳୁକୁଳୁ ଗୀତ ଗାଇ

ଲହରୀ ଯାଉଛୁ

ନାଚି ନାଚି ସଖୀ

ତୋହର ଉପମା ନାହିଁ ।।


ତୁ ଯେ ପୂଣ୍ୟ ଗର୍ଭା

ଅପରୂପ ଶୋଭା

ଅପାସୋରା ଚିତ୍ର ତୋର

ଜୀବନ ନଦୀରେ

ନୀଳ ଜଳ ଧାରେ

ସାତରଙ୍ଗି ରୂପ ଝର ।।


ସତେ ଅବା ନୀଳ

ଦର୍ପଣ ପ୍ରକାର

ମୋ ପରାଣେ ଉଦ୍ଭାସଇ

ସେ କେଉଁ ବିନ୍ଧାଣି

ଗଢିଛି ମିତଣୀ

ଧନ୍ୟ ରେ ବିଚିତ୍ର ବିହି ।।


ଫେନୀଳ ସଲିଳ

ଶୀତଳ ଲହରୀ

ପ୍ରାଣ କରେ ଶୀତଳିତ  

ତୋ କୂଳେ ବିହରେ

ମଳୟ ପରଶେ    

ମନ ହୁଏ ଉଲ୍ଲସିତ ।।


ତୋ ଛୁଆଁ ରେ ମନ-

ଭୂଇଁ ମୋ ସରସ

ଦେବୀ ସୁଧାଂଶୁ ବଦନୀ

ତୋ ପରି ତଟିନୀ

ଜନମେ ଜନମେ

ଖୋଜିବି ରେ ପ୍ରିୟ ସହୀ ।।



Rate this content
Log in