Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

2  

Prasanta kumar Hota

Others

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
1.5K


ଅଙ୍କୁରକ ପରି ଏ ଜୀବନ ଦିନ

କିଏ ଜାଣେ କେବେ ଯାଏ

ଅଙ୍ଗାରପନ୍ନଗ ବ୍ୟକ୍ତି ଗୁଣ ଭାବ

ଚିର ଦିନ ବାସୁ ଥାଏ ।


ଅଚକିତ ଯିଏ ଅଚଣ୍ଡ ହୁଏ ସେ

ହେଉଥିଲେ ଅଙ୍ଗାରିତ

ନୀରବ ନିଶ୍ଚଳ କରମେ ଚଞ୍ଚଳ

ଅଟଳ ବିହାରୀ ଖ୍ୟାତ


ଦେଖିଥିଲେ ସ୍ଵପ୍ନ ଅଖଣ୍ଡ ଭାରତ

ସ୍ଵାଧୀନତା ଦିନୁ ଚାହିଁ

ରାଜନେତା ହେଲେ ରାଜନୀତି କରି

ନିନ୍ଦା ଯାର ମୁନ୍ଦା ନାହିଁ।


ତୁମେ ଭାରତୀୟ ହେଲ ଅଦ୍ବିତୀୟ

ତୁମ୍ଭ ପରି ନେତା କାହିଁ

ଭାରତ ରତ୍ନ ବି ଛୋଟ ପଡିଯିବ

ତୁମ ଗୁଣେ ଝୁଣି ହୋଇ


ତୁମ୍ଭ ଯଶ କିର୍ତ୍ତି ଦେଖିଲା ବିଦେଶ

ରାଷ୍ଟ୍ର ସଂଘେ କହି ହିନ୍ଦୀ

ଭାଷଣ ତେଜରେ ତେଜିୟାନ ହେଲ

ବିଦେଶ ବ୍ୟାପାରେ ବାନ୍ଧି


ନିର୍ଭିକ ବୋଲି ତ ସତ୍ୟବାଦୀ ତୁମେ

ସତ୍ୟ ପଥେ ରାଜନୀତି

ଚକିତ ହୋଇଲା ଅନ୍ତଃରାଷ୍ଟ୍ର ଯେତେ

ଦେଖି ପୋଖରାନ୍ ଗତି


ଅଲକ୍ଷରେ ତୁମ ଲକ୍ଷ ଯେତେ ସ୍ଥିର

ବାଜପକ୍ଷି ମଧ୍ୟ ଛାର

କାରଗିଲ ଯୁଦ୍ଧ କରିଲ ପ୍ରସିଦ୍ଧ

ଗଲା ଶତୃ ସ୍ଵୈରାଚାର


ଅଟଳ ବିହାରୀ ଅଟକିଲ ତୁମେ

ସ୍ଵାଧୀନତା ପର ଦିନେ

ଏଦେଶ ସନ୍ତାନ ଆଦର୍ଶ ଅମ୍ଳାନ

ରହିଥିବ ସଦା ମନେ


ଜୀବନ ଆଲୋକ ଯାଇଅଛି ସିନା

ଯିବ ନାହିଁ ତୁମ ଭାବ

ନିର୍ବାପିତ ନୁହେଁ ଦୁର୍ବାର ସଂକଳ୍ପ

କୋଟି ଜନତାର ହ୍ଳାଦ


ଦେଉଅଛୁ ଢାଳି ଆମ ଶ୍ରଦ୍ଧାଞ୍ଜଳି

ଆତ୍ମା ଯାଉ ସ୍ଵର୍ଗପୁର

ପଦ୍ମ ବିଭୂଷିତ ହେଦେବ ମାନବ

ତୁମେ ତ ଅଜରାମର


ପ୍ରଶାନ୍ତ କୁମାର ହୋତା 🙏


Rate this content
Log in