Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୦୪

ବେସୁରା ଗୀତି-୭୦୪

1 min
6.4K


ତୃଷ୍ଣାରୁ କାରେ ମୁକ୍ତି ଦିଅ ତୁମେ

କା ଓଠ ରେ ଦିଅ ନୂଆ ଭାଷା

ସଜଳ ଆଖିରେ ଚାହିଁଥାଏ କିଏ

ପୁରୁଥାଏ କାର ମନୋବାଞ୍ଛା  ॥

ଶୀତଳ ସ୍ନିଗ୍ଧ ମୃଦୁ ମଧୁର

ସଜଳ ଆଖିରେ ଚାହିଁ କା ରେ

ରିମ ଝିମ ସ୍ଵରେ ଝଙ୍କାର ତୋଳି

ଆକାଶୁ ଓହ୍ଲାଅ ଧିରେ ଧିରେ  ॥

ପ୍ରୀତି ରଙ୍କୁଣା ମନ ତଳେ କାର

ଭରି ରହିଥାଏ କେତେ ଆଶା

ବର୍ଷା ଗୋ ତୁମେ ଆଖିରେ ଆଖିରେ

ଭରି ଦିଅ କିଆଁ ଏତେ ନିଶା  ॥

ରୌଦ୍ର ଦଗ୍ଧ ଏ ପୃଥିବୀ ର ଛାତି

ଶୀତଳେଇ ଦିଏ ତୁମ ଛୁଆଁ

ତା ହେଲେ କାହିଁକି ତୁମରି ସ୍ପର୍ଶ ରେ

କାହା ଛାତି ତଳେ ଜଳେ ନିଆଁ  ?

ବର୍ଷା ଗୋ ତୁମ ଶୀତଳ ପରଶେ

ଶୀତଳେଇ ଦିଅ ମନ କାର

ପ୍ରୀତିର ବନ୍ୟାରେ ଭିଜାଅ ଗୋ ପ୍ରାଣ

ତୁମେ ହୋଇଯାଅ ଆପଣାର  ॥


Rate this content
Log in