Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purna chandra Rana

Others

2  

Purna chandra Rana

Others

କଇଁଫୁଲ

କଇଁଫୁଲ

1 min
355



ଏ କଇଁଫୁଲ

କହିଲୁ,

କାହିଁ ତୁ ତୁଚ୍ଛାଟାରେ ହସୁଛୁ ?

ନା ତତେ କିଏ ଚାହୁଁଛି

ନା ତତେ କିଏ ଭାବୁଛି

ଖାଲି ହସୁଛୁ ଯେ ହସୁଛୁ

ହଉଛୁ ତୁ ଫୁଲେଇ

ତୋର ଏ ଫୁଲେଇପଣ ଦେଖି

କେଜାଣି କାହିଁକି

ମୋ ହୃଦ୍ ସ୍ପନ୍ଦନରେ ପସିଯାଏ

ସେ କଳା ବାଦଲର ବିଜୁଳି ,

ଏ କଇଁଫୁଲ

ଜାଣିଛୁ,

ଭଲେ ତତେ କିଏ ନ ଚାହୁଁ

କି ଭଲ କିଏ ନ ପାଉ

ତୋର ସେ କଳ୍ପିତ ରୂପ ଦେଖି

ତୋର ସେଇ ଢଙ୍ଗ ଆଉ ଠାଣି

ମତେ କରିଛି ଯେ ପାଗଳ . . . ୨

ଜାଣିଛି ମୁଁ ଜାଣିଛି

ତୋ ଭାବ ଜାଣି ପାରୁଛି

ଲଗାଇଛୁ ଅତର

ତୋର ସେଇ ମନ୍ଦ ମନ୍ଦ ବାସରେ

ଏ ଶରୀର ଯେମିତି ହେଇଯାଏ ଦୁର୍ବଳ

କରିଦିଏ ଶରୀରକୁ ତୋ ପାଇଁ ସମର୍ପିତ

ଇଚ୍ଛା ହୁଏ ତୋ ସହିତ

କାଟିବାକୁ ବାକି ଜୀବନ,

ଏ କଇଁଫୁଲ

କହୁନୁ,

ତୋର ଏ ଶୁଭ୍ର ରୂପ

ତୋର ସେ ହଳଦୀ ମୁଖ

ଆଉ ତୋର ଏ ସୁନ୍ଦର ଶରୀର

ପଛରେ କାହାର ହାତ ?

ଜାଣିଛି ମୁଁ ଜାଣିଛି

ତୋ ରୂପ ଦେଖି ଜାଣିପାରୁଛି

ସେ ଜହ୍ନଟି ଦଉଚି ଚାନ୍ଦିନି ତତେ

ସେ ଚାନ୍ଦିନିକୁ ହେଲୁ ତୁହି ବୋଳି

ଆଉ ଚୋରିକଲୁ ମୋର ଏ ମନ

ତୋ ପାଇଁ ନା ଶୋଇ ପାରୁଛି

ନା ବସି ପାରୁଚି

ଖାଲି ଭାବୁଛି ଯେ ଭାବୁଛୁ

ଖାଲି ତୋରି କଥା l. . . . ୨


ପୂର୍ଣ୍ଣଚନ୍ଦ୍ର ରଣା

ହାଟସିଂହାପୁର, ଯାଜପୁର


Rate this content
Log in