କାକୁସ୍ଥ କିରଣ
କାକୁସ୍ଥ କିରଣ
1 min
434
ନିଦରେ ଚାଲିବାର ବୟସ
ବିବେକକୁ ବନ୍ଧା ପକେଇ କରୁଥିବା ସାଲିସ
କ୍ଷଣିକ ସୁଖର ଚାରିଚକ୍ଷୁ ମୋହ
ନିଶ୍ଚିହ୍ନ କରିବ ଦିନେ
ଥଳକୂଳ ବୁଡିଗଲା ପରେ
ସହଭାଗିତା ଚିହ୍ନ ମାଡି ପଡିବ
ଆଉ ଆକାଶଟା କାନ୍ଦି କାନ୍ଦି ବେଗୁଲ ଫୁଙ୍କିବ
ଅଧିରା ଅଧୁରା ନଈ ମାନିବନି ମାପଚୁପ
ସଂକଳ୍ପ ତିଆରିଥିବା ଅମାବାସ୍ୟା
ସଫେଦ ଚାଦରରେ ଗଣ୍ଠିଲ୍ ହେଇ
ବୁକୁଚା ସାଜିବ
ଧୋବଣୀର ଚିହ୍ନ ବର୍ଣ୍ଣ ନେଇ
ଅକାତକାତ ପାଣି
ରାଇଜ ଯାକର ବୋଝ
ବୁଲୁଥିବେ ଜାଆଁରମାନେ
ଯେମିତି ବୁଲୁଥିଲା ସମୟ
ଯେମିତି ବୁଲୁଥିଲା ଅନୁଭବ
ଯେମିତି ବୁଲୁଥିଲା କାକୁସ୍ଥ କିରଣ
ତୁମ ମୋ ପଛରେ ।
ତୁମ ମୋ ପଛରେ. ୭୦୦୮୦୫୪୨୮୨