Bijay Prusty

Others

3  

Bijay Prusty

Others

ହଜି ଯାଉଥିବା ସ୍ୱପ୍ନ

ହଜି ଯାଉଥିବା ସ୍ୱପ୍ନ

1 min
415



ମୋ ସ୍ୱପ୍ନେ ଆସେନି ପାରିଜାତ ଫୁଲ

ଜୋଛନାରେ ଭିଜା ରାତି

ମୋ ଆଖି ପଲକେ ଫୁଲ ଫୁଟେନାହିଁ

ମନେ ଜାଗିଉଠେ ଭିତି I

ଜୀବନ ଅନ୍ଧାରେ ଅଣ୍ଡାଳି ଅଣ୍ଡାଳି

ଖୋଜିହୁଏ ଚଲାବାଟ I

ନିଦାଘର ତାତି ଦେହ ଜାଳିଦିଏ

କରେ ମୋତେ ଛଟ ପଟ I

ପ୍ରୀତିର ଶେଫାଳୀ ଝଡି ଯାଉଥାଏ

ମାଡ ଆସେ କାଳରାତି

ସପନ ମହଲ ଚୂନା ହୋଇଯାଏ

ହଜିଯାଏ ଭରାପ୍ରୀତି I

  


Rate this content
Log in