Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ନିଆରା ସୁନ୍ଦରୀ

ନିଆରା ସୁନ୍ଦରୀ

1 min
2.2K


ନିଆରା ସୁନ୍ଦରୀ କାହାକୁ ଭାବିବି
ସବୁଠୁ ସୁନ୍ଦର
ମୋ'ମାଆ ଦିଶେ ।

ସଭିଙ୍କ ଓଠରେ କିମିଆଁର ହସ
ମୋ'ମାଆଙ୍କ ହସ
ହୃଦୟେ ଭାଷେ ।

ଫୁଲ ହେଉ ଅବା ଫୁଲେଇ ଫଗୁଣ
ଋତୁରେ ବାସନ୍ତୀ,
ସୁନ୍ଦରୀ ନୁହେଁ ।

ରଜନୀ ଗନ୍ଧା ଟି ଋତୁ ରାଣୀ ସିନା
ମାଆ ପଣତକୁ
ସମାନ ନୁହେଁ ।

ସୁନ୍ଦର ପଣିଆ ଅସରା ବରଷା
ବୟସ ଖସେନି
କେବେ ବି ତା'ର ।

ନିଆରା ନଜରେ କଳ୍ପେ ସେ ମନରେ
ପର ମଣିଷକୁ
କରି ନିଜର ।

ମାୟା ମିରିଗ ବି ସୁନ୍ଦରତା ପଣେ
ଶ୍ରୀରାମ ନଜରେ
ଭରିଲା ଧୋକା ।

ଆଖିକୁ ସୁନ୍ଦର ଦିଶିବା ଦରବ
ସଦାବେଳେ ନୁହେଁ
ଅସଲି,ପକ୍କା ।

ଦୂର ପାହାଡ଼ ବି ସବୁଜ ସୁନ୍ଦର
ପାଖକୁ ଆସିଲେ
ଲାଗଇ ଫିକା ।

ଆଖିକି ସୁନ୍ଦର ଦରବ ହଜାର
ସତ ନଜରରେ
କୁତ୍ସିତ ଏକା ।

ଅନ୍ୟର ଦରଦ ହୃଦ ଆଇନାରେ
ସୁନ୍ଦର ମଣିଷ
ଚିତ୍ରି ପକାଏ ।

ନୀରବେ ନୀରବେ ଆନର ଲୁହକୁ
ସେନେହ ପଣରେ
ଶୁଖାଇ ଦିଏ ।

ରୂପ ସୁନ୍ଦରଠୁ ଗୁଣ ସୁନ୍ଦରତା
ପ୍ରାକୃତ ସୁନ୍ଦର,
ପ୍ରକୃତି କୁହେ ।

ଆଖିରେ ସବୁରି ନିଆରା ସୁନ୍ଦରୀ
ହୃଦୟ ଯାହାର
ଆନକୁ ମୋହେ ।


Rate this content
Log in