ପ୍ରିୟା ସାଥେ ଭେଟ
ପ୍ରିୟା ସାଥେ ଭେଟ
1 min
89
ପ୍ରିୟାସାଥେ ଭେଟ ପ୍ରୀତିର ପୁରଟ
ଦିଏସେ ଭରସା ମନେ
ଏକାନ୍ତ ଭେଟରେ ଭୟ ଭରିଯାଏ
ମନ ରହେ ନାହିଁ କ୍ଷଣେ।
ପ୍ରୀତି ପରାତ୍ପର ଦେଖୁ ପରସ୍ପର
ବିଶ୍ୱାସରେ ଆମେ କେତେ
ଅବିଶ୍ୱାସ ଯେବେ ଆସିଯାଏ ମନେ
ହସୁଥାଉ ପୁଣି ସେତେ
ପ୍ରତିରୋଧ ନାହିଁ ପ୍ରଶ୍ନ ପାଇଁ କେବେ
ପ୍ରୀତି ତ ଅମୃତ ବାଣୀ
ଯିଏ ବି ପଚାରେ ହୃଦୟ ଅଧିରେ
ହୃଦୟରେ ହୁଏ ରୁଣୀ
କହିଦିଏ ଯେବେ ପ୍ରୀତି ପୁଷ୍ପ ପାଖେ
ସନ୍ଦେହ ସନ୍ଧାନ ଅନ୍ତେ
ଆଖି ଦୃଷ୍ଟି ଯାହା ନୁହେଁ ସଦା ତାହା
ବିଶ୍ୱାସ ହିଁ ପ୍ରୀତି ପଥେ।
ପ୍ରଶାନ୍ତ କୁମାର ହୋତା