ମୋ ମାଆ
ମୋ ମାଆ
ମା ତୋତେ କୋଟି ନମସ୍କାର
କର୍ମ ଜଞ୍ଜାଳମୟ ଜୀବନ
ତଥା ପରଗୋତ୍ରୀ ଯୋଗୁଁ
ତୋ ସେବକ ହେବାରୁ
ମୁଁ ବଞ୍ଚିତ ।
ତାହାହିଁ ତ
ମୋ ଜୀବନର ଅବଶୋଷ।
ନିଜ ଆଖି ଲୁହ ନିଶବ୍ଦ ରେ
ସମସ୍ତଙ୍କ ଅଦେଖାରେ ପୋଛେ,
କିନ୍ତୁ କାରଣ ଗୁପ୍ତ ରହିଯାଏ,
କାହିଁକି ଜାଣୁ ମା;
କେହି ଜଣେ କହିଥିଲେ....
ବନ ପୋଡିଗଲେ ସମସ୍ତେ ଜାଣନ୍ତି
ମନ ପୋଡିଗଲେ କିଏ ବା ଜାଣେ?
ଅଭେଦ୍ୟ ଦୁର୍ଗ ମୁଁ ଅତିକ୍ରମ କରେ
ମା ସବୁ ତୋ ସ୍ନେହାଶିଷରୁ,
ଜନ୍ମରୁ ଏ ଯାଏ ଯାହା ମୁଁ ପାଇଛି
ପାଏନାହିଁ କେଉଁଠାରୁ।
ଟିକିଏ ମାତୃତ୍ୱ ପାଇବା ଲୋଭରେ
ସୃଷ୍ଟି କଲୁ କେତେ ଦେବ,
କିଏ ହେଲା ଦେବ କିଏ ବା ରାକ୍ଷସ
ସବୁ ବିଶ୍ଵନିୟନ୍ତାଙ୍କ ଭାବ
ସବୁ ସୁଖ ତେଜି ଦୁଃଖକୁ କୋଳାଉ
ବାଣ୍ଟୁ ସୁଖ ପାରାବାର,
ଯେତେବି ଉପମା ନିବେଦିଲେ ତୋତେ
ଉଣା ତୋ ସ୍ନେହ ପାଖର।
ଗରଭ ଯନ୍ତ୍ରଣା ତୁ ପାଉ ସିନା
ମୁଁ ଦୁନିଆଁ ଆଲୋକ ଦେଖେ ,
ଦୁଃଖ ପାହାଡ ତୋ ମୁଣ୍ଡେ ଲଦାହୁଏ
ମୋତେ ରଖୁ ଥାଉ ସୁଖେ ।
ବେଶୀ ଭାଗ୍ୟବତୀ ହୋଇଥାନ୍ତି ମା
ତୁ ମୋ ଭାଗ୍ୟର ଲେଖିକା ଥିଲେ ,
ଦୁଃଖ, କଷ୍ଟ, ରୋଗ ପାଖ ନ ମାଡନ୍ତା
ତୋ ହର୍ଷମୁଖ ଚାହିଁ ଦେଲେ ।
ସତ କିଣି ବାକୁ ପଠାଇଥିଲୁ ମା
ସଂସାର ଧର୍ମ ହାଟକୁ,
ମିଥ୍ୟାରବୋଝରେ ଲଦି ହୋଇ ସଢେ
ବାହାରୁନି ବାହାରକୁ ।
ପ୍ରଣତି ମହାପାତ୍ର
ବାଲେଶ୍ୱର