ଲାଲ୍ ଲଫାପା
ଲାଲ୍ ଲଫାପା
ଅଜବ୍ ସହରରେ ଗୁଜବ୍ ଚର୍ଚ୍ଚା
ଚାଲିଗଲା ସବୁଦିନ ସିଏ
ପାଗଳର ସଂଜ୍ଞାନେଇ
ଚିରା ଛିଣ୍ଡା ପୋଷାକ ଉପରେ
ବହଳ ବହଳ ଦାଢୀର ଆସ୍ତରଣ ଭିତରେ
ଲୁହ ନେଞ୍ଜରାର ଜଡସଡ ଋପଟିଏ
ଆଦିନରାତି ଘୁରିବୁଲୁଥିଲା ବିଚ୍ ରାସ୍ତା
ଷ୍ଟାଣ୍ଡ ଷ୍ଟେସନ ପୁଣି ସଂଧ୍ୟାବେଳେ
ପାର୍କର କେଉଁ ଏକ ନିଭୃତ ନିଛାଟିଆ ଗଛମୂଳ
ଖାଉଥିଲା ଗୋଟେଇ ଡଷ୍ଟବିନରୁ
ପଚାସଢା ଋପର ସମ୍ଭାର ଯେ ଦେଖିଛି
ନାକ ଟେକିଛି ଦୁର୍ ଦୁର୍ କରିଛି
ମାରି ଗୋଡେଇଛି
ଅତିତର ବାବୁଲା ଦି ଗ୍ରେଟ୍
ଲିଭିଛି ସଭିଂକ ମନ ସିଲଟରୁ
ହଁ ଉଦ୍ଧାର ହେଇଛି ଶେଷ ଚିଠି
ଖୁବ୍ ଚିକ୍କଣ ବେଶରେ
ଛିଣ୍ଡା ସାର୍ଟର ଚିକ୍କଣ ନାଲି ଲଫାପାରୁ
ଇପ୍ପସିତାର ଶେଷ ଚିଠି
ପ୍ରତି ଖବର କାଗଜର ପ୍ରଥମ ପୃଷ୍ଟାର
ସାଜିଛି ବ୍ରେକିଂ ନିଉଜ
ପାଗଳ କିଏ ବାବୁଲା ନା ସହର
ସହର ଲିଭୋଉଛି ପାଗଳର ସଂଗ୍ୟା
ଧୋଉଛି ବଂଚିଥିବା ବେଳର
ଦେଇଥିବା ନାଁ
ପଳାତକ ସହରର କଳା ଚାଦର
ଅପସାରଣ ବେଳ
ନା ଦେଖୁଛି ଇପ୍ପସିତାର ବାବୁଲା
ନା ଦେଖୁଛି ସହର ପାଗଳା
ରଂଗିନ ପେଜରେ
ନାଲି ଲଫାପା ଆଉ ଚିଠି
ଖସୋଉଛି ସକାଳର ଚା ଗ୍ଲାସ
ଇପ୍ପସିତା ହାତରୁ
ପୋଛୁଚି ଚା ଛିଟ ଚାକର
ମଖମଲ କାର୍ପେଟ ଉପରୁ
ଯେମିତି ସେ ଇପ୍ପସିତା
ଦିନେ ପୋଛି ନେଇଥିଲା ବାବୁଲାର ପ୍ରାଣ
ତା ହୃଦୟ ତନ୍ତ୍ରୀରୁ