Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

କାଳିଆ ଦରଶନ

କାଳିଆ ଦରଶନ

1 min
341



ଚାଲ ବେଗି ବେଗି ଯିବା ସଙ୍ଗାତେ

କାଳିଆକୁ ଦର୍ଶନ କରିବା ସାଥେ

ବଡଦାଣ୍ଡଟି ସେତ ଗହଳିଚହଳି

ଗଗନେ ପବନେ ଯାଏ ଉଛୁଳି

ଦେଖ ହରିବୋଲ ହୁଳହୁଳି

ବଡଦେଉଳେଜନଗହଳି ଜଗାର ମୁହଁକୁ ଟିକେ ଦେଖିବା

ଅଭଡାମୁଠାଏପାଇବା

ଗହଳ ଚହଳ ସେତ ମଠମନ୍ଦିର

ଆହା କି ସୁନ୍ଦର ଆମ କଳାଠାକୁର

ଦୂରରୁ ଶୁଭୁଛି କୋଳାହଳ ଶବ୍ଦ

ଜୟ ଶଙ୍ଖଧ୍ବନି ସହ ମୃଦଙ୍ଗ ନାଦ

ପତିତ ପାବନ ଉଡୁଛି ମୃଦୁମଳୟ ଗତିରେ

ଜଗାକୁ ଦେଖିବା ଅତି ସୁନ୍ଦର ବେଶରେ

ଦେଖେ ବଡଦାଣ୍ଡଟି ଅତି ଗହଳି

ଶୁଭୁଛି ତୁରୀ ର ନାଦ ଭେଳିକିଭଳି

ଘିଅଦୀପ,ତୁଳାବତୀ ଦେଇ

ଦର୍ଶନକରିବା ଗରୁଡ ପଛରେ ରହି

ଆମ ଜୀବନ ହୋଇବ ଧନ୍ୟ

ଜଗାକୁ କରିବା ଯେବେ ଦରଶନ।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in