Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ପାହାଚ ପାହାଚ

ପାହାଚ ପାହାଚ

1 min
12K


ଜୀବନ ତ ଏଠି      ପାହାଚ ପାହାଚ

କିଏ ବୁଝେ କାହା ଭାବ

ଉପର ପାହାଚ     ଚଢିଥିବା ଲୋକ

ଭାବେ ତ ଏହା ହିଁ ଲାଭ ।


ପାସୋରି ଦିଏ ସେ   ତଳ ପାହାଚରେ

ଥିଲା କେତେ ଦୁଃଖ କଷ୍ଟ

ନିକାଶ କରଇ     ତୁଚ୍ଛାରେ କିପାଇଁ

ଶ୍ରମଫଳ ହେଲା ନଷ୍ଟ ।


ଭୋଗ ବିଳାସରେ କେବେ କାହା ବୁଦ୍ଧି

ହୋଇଯାଏ ବାଟବଣା

ଉପରକୁ ପୁଣି    କେତେ ବାଟ ବାକି

ପଡେନାହିଁ ତାକୁ ଜଣା ।


ଚଢିବା ଲୋକର     ଜୀବନ ଶଇଳୀ

ହୁଏ ଯେତେ ଛନ୍ଦମୟ

ବଢି ଯାଉଥାଏ     ଅଜ୍ଞାତରେ ତାର

ପତନ ହେବାର ଭୟ ।


ନିଜ ଜ୍ଞାତିବର୍ଗ    ପାହାଚେ ଉଠିଲେ

ତଳଲୋକ ମରେ ରୁଷି

ଉପର ତଳର      ଖେଳ ସିନା ଇଏ

ସେତିକିରେ କାହିଁ ଖୁସି ?


ଜୀବନ ଜଞ୍ଜାଳ     କାହାକୁ ଛାଡିନି

ଅଛି ତ ଅଭାବ ରୋଗ

ଯେଉଁଠି ବି ଥାଅ    ଶାନ୍ତି ନାହିଁ ଯଦି

ମୂଲ୍ୟହୀନ ଯେତେ ଭୋଗ ।


ଟଙ୍କା ପଇସା କି      ସାଧନ ସମ୍ବଳ

ମଣିଷ ଖୋଜେ ଯା' ଇଚ୍ଛି

ସୁଖରେ ରହିବା      ସମ୍ଭବ କି କୁହ

ମିଳିଗଲେ ସବୁକିଛି ?


ବାଟ ଲମ୍ବିଅଛି        ତଳରୁ ତଳକୁ

ଉପରୁ ଉପର ଯାଏଁ

ପ୍ରତି ପାହାଚର     ମଣିଷ ଜୀବନେ

ଖୁସି ଟିକକ କି ଥାଏ ?


ବକତେ ଖାଇ ବି     ଗଛମୂଳେ କିଏ

ନିଶ୍ଚିନ୍ତ ନିଦ୍ରାରେ ଶୁଏ

କୋଟିପତି କିଏ     ବିଳାସ କକ୍ଷରେ

ଲୋତକରେ ଆଖି ଧୁଏ ।


ସ୍ନେହ ପ୍ରେମ ଆଉ  ନୀରୋଗ ଜୀବନ

ପରିବାରେ ସୁଖମନ୍ତ୍ର

ଉତ୍ତମ ଚରିତ୍ର     ସାଥେ ଭକ୍ତି ଭାବ

ଦେଇ କି ପାରିବ ଯନ୍ତ୍ର !


ପ୍ରସନ୍ନ କୁମାର ମାଦଳା



Rate this content
Log in