Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Anam Charan Sahoo

Others

5.0  

Anam Charan Sahoo

Others

କିଏସେ ଜାଣିଛ କୁହ

କିଏସେ ଜାଣିଛ କୁହ

1 min
220



ଆଧୁନିକ ବିଶ୍ବ କରି ନିରିମାଣ

ସଜାଇ ଯତନେ ଅତି

ବିଷାଦିତ ମନେ ହରଷ ଖେଳାଏ

ହୃଦୟକୁ ଆମ ଜିତି ।

ସୁଉଚ୍ଚ ସଦନ ମୋହିଥାଏ ମନ

ନଦୀ ନୀରେ ଉଚ୍ଚ ସେତୁ

ସୁମନ ପୁରିତ ଶ୍ଯାମଳ କାନନ

ଆନନ୍ଦ ବିଳାସ ହେତୁ ।

ପାଷାଣେ ଜୀବନ ବଡ ସୁଶୋଭନ

ମନ୍ଦିର ନୀରବେ ଠିଆ

ଉଡେ ଯାହାଲାଗି କୀର୍ତ୍ତି ବୈଜୟନ୍ତୀ

ଗରବେ ଫୁଲଇ ହିଆ ।

ଦେଇ ଶ୍ରମଦାନ ରଖିଛନ୍ତି ମାନ

ଘର୍ମରୁପି ଲହୁ ଢାଳି

ଏ ବିଶ୍ବ ଭୁବନ କରେ ବିମୋହନ

ପରାଣେ ପ୍ରଦୀପ ଜାଳି ।

କାହାଲାଗି ଆଜି ଶୋଭିତ ଏ ମହୀ

କିଏସେ ଜାଣିଛ କୁହ

କରି ଶ୍ରମ ପୂଜା ହରି ନିଅ ମଜା

ବୁହାଇ ଖୁସିର ଲୁହ ।



Rate this content
Log in