କଥା ତ ଏତିକି
କଥା ତ ଏତିକି
1 min
252
କର୍ମର ହାତ ଧରି
ଚାଲେ ଏଇ ଜୀବନ ।
ସୁଖ ଦୁଃଖ ଦୁଇଟି ଫଳ
ସମୟ ଆଖିରେ ସବୁ ସମାନ ।।
କର୍ମ ଫଳ ପାଇଁ
ନିଜେ ଯଦି ଦାୟୀ
କାହିଁକି ଏ ଅସହାୟ ମଣିଷ
କରିବ କାହା ପାଖେ ସମର୍ପଣ ।।
ଦୁଃଖର ପରିଧି ଲଙ୍ଘିଗଲା ପରେ
ପ୍ରାପ୍ତିର ମଧୁ
ଅବା ଅଶାନ୍ତିର ସିନ୍ଧୁ
ଯାହାଥିବ ଭାଗ୍ୟରେ ଲେଖା
ତୁମେ ଖାଲି ଯାହା ପତିମା ପାଷାଣ ।।
ମିଛ ଏଠି ସବୁ
ଆଖି ବୁଜିଲେ ଆଖି ଖୋଲିଲେ
ତୁମ ଅସ୍ତିତ୍ୱକୁ ନେଇ ହୁଏ ଦ୍ଵନ୍ଦ
କିଏ କହେ ତୁମେ ପରା ସତ୍ୟର ସାଗର
ଝରିପଡ଼େ ଲୁହ ଯେବେ
ହତ୍ୟା ହୁଏ ବିଶ୍ୱାସର
ମିଛଟାରେ ଖାଲି ବୋଲାଇ ହୁଅ