Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3  

Kalyani Nanda

Others

ମୁଁ ଓଡିଆ

ମୁଁ ଓଡିଆ

1 min
311




ସର୍ବକଳାରେ ପରିପୂର୍ଣ୍ଣ ଏଇ ମୋ ଜନମ ମାଟି,

' ଉତ୍କଳ' ନାମରେ ସେ ଯେ ସବୁଠି ଖ୍ଯାତି ଲଭିଛି,

' ଉଡ୍ର' ଭାବେ ଦୂର ଦୂରାନ୍ତ ରେ ଥିଲା ତା ପରିଚିତି,

ସେ ନାମରୁ ଏବେ ' ଓଡିଶା' ନାମ ରେ ଆଦର ପାଇଛି ।


'କଳିଙ୍ଗ' ବୀରର ବୀର ଗାଥା କେହି କି ପାରିବ ଭୁଲି ?

କଳିଙ୍ଗ ବାସୀଙ୍କ ହୃଦ କଥା ଆଜି ବି ସଭିଁଏ ଜାଣନ୍ତି ,

ଓଡିଆ ପୁଅ ଏ ମାଟି , ପବନେ ତା ଜୀବନ ଗଢିଛି,

ଉତ୍କଳ ଐତିହ୍ଯ , ଗୌରବ ଜୈତ୍ର ଆକାଶ ଛୁଇଁଛି ।


ଜାଗ୍ରତ ହୁଅ ଓଡିଆ ପୁଅ ସେଦିନ କଥା ମନେ ପକାଇ,

ଭାଷା ଆନ୍ଦୋଳନେ ଏ ମାଟି ସନ୍ତାନ ପରାଜୟ ଲଭି ନାହିଁ,

ବିଖଣ୍ଡିତ ଭୂମି, ଭାଷା ଅବନତି ପାରିନାହିଁ ସେ ଯେ ଦେଖି,

ଆଜନ୍ମ ଲଢି ମାତୃଭୂମି, ମାତୃଭାଷା ଟେକ ଯେ ପାରିଛି ରଖି ।


'ମୋ ଭାଷା' ଓଡିଆ, ଓଡିଶା ମୋ ମାଁ ମାଟି, କୁହ ସର୍ବେ ମିଳି,

ତାହାରି ସମ୍ମାନ, ତାହାରି ଗୌରବ ଯୁଗେ ଯୁଗେ ଯିବା ରଖି ,

ଓଡିଆ ପୁଅ ର ତ୍ଯାଗ, ବଳିଦାନ କେବେ ବି ବିସ୍ମୃତ ନୁହଁଇ,

ଆମେ ଓଡିଆ, ଓଡିଶା ମୋ ମାଁ ଏ କଥା ଆମେ ଭୁଲିବନି ।


କଲ୍ଯାଣୀ ନନ୍ଦ

ବୁଢାରଜା, ସମ୍ବଲପୁର, ଓଡିଶା ।



Rate this content
Log in