Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

4.3  

Shiba Charan Mahapatra

Others

କବି'ରେ

କବି'ରେ

1 min
343


ସ୍ରଷ୍ଟାକାର ହେ' ସୃଜ ସ୍ୟନ୍ଦନ

ସତ୍ୟ ଶାନ୍ତିର ପଂକ୍ତି 

ସଂସାର ସାର ରିକ୍ତ ରହସ୍ୟ 

ସାଜ ଶାଣିତ ଗୀତି !


ମାଂସୀତ ହେଉ ସ୍ୱପ୍ନ କୌମୁଦୀ 

ନିର୍ମଳ ମତି ଚିନ୍ତା 

ନିଃଶବ୍ଦ ଶବ୍ଦ ଶବ୍ଦ ଦୁନ୍ଦୁଭି 

ସାଜୁ ସୌରଭ ଗାଥା !


ଅଧୀର ନ କର କର ସୁଧିର

ଧର ଅଧର ସ୍ୱର 

ରଖ ନିରେଖି ଖର ନର ଧାର

ରଦ ଦମନ ତୋର !


କଳ୍ପନା କଣ୍ଟା କ୍ଳାନ୍ତ କଳିକା 

କାଟ ଅକ୍ଳାନ୍ତ ଶ୍ରମେ 

କବି କୁଳ ହେ' କାବ୍ୟ କଷଣ

କଳ୍ପନା କେବେ ଭ୍ରମେ !


ଭବେ ଭାବ ନା ଭୃତ୍ୟ ଭାବନା 

ଭ୍ରମିତ ଭୂତ କୋଳେ

ଭାବ ଭୂଷିତ ଭାଷିତ ଭଲେ

(ତୁ)ଭାସ୍ୱର ଭଳି ଜଳେ !


ଦୀପ ଶରୀର ଦୀପ୍ତି ବିସ୍ତାର 

ଅନ୍ଧ ଅନ୍ଧାର ଦୂର

ଦୀର୍ଘ ନିଶ୍ୱାସ ସାଜୁ ବିଶ୍ୱାସ 

ସ୍ୱ-ଧର୍ମ ରକ୍ଷା କର !



Rate this content
Log in