Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

4.9  

BISWESWAR MAJHI

Others

ବାଇଶି ପାବଛ ମାହାତ୍ମ୍ଯ

ବାଇଶି ପାବଛ ମାହାତ୍ମ୍ଯ

1 min
428


ଶ୍ରୀମନ୍ଦିର ସିଂହଦ୍ୱାର ଡେଇଁ ଗୁମୁଟକୁ ଅତିକ୍ରମ କଲେ

ବାଇଶି ପାହାଚ ଯହିଁ କ୍ରିୟା କର୍ମ ଚାଲିଥାଏ ନିରନ୍ତରେ ।

ବାଇଶି ପାହାଚ ବାଇଶି ଋଷିଙ୍କ ଆତ୍ମା ତହିଁ ବିଦ୍ୟମାନ

ସଉଭାଗ୍ୟ ଥିଲେ ସଂସର୍ଗ ମିଳିବ ପ୍ରଭୁ ଭାବେ ମୁହ୍ୟମାନ ।

ପ୍ରଥମ ତୀବ୍ରା ଦ୍ବିତୀୟ କୁମୁଦବତୀ ମନ୍ଦା ଯେ ତୃତୀୟ

ଚତୁର୍ଥରେ ଛନ୍ଦୋବତୀ ପଂଚମେ ଦୟାବତୀ ଶିଳାଚୟ ।

ଷଷ୍ଠରେ ରଂଜନୀ ସପ୍ତମେ ରତିକା ରୌଦ୍ରା ଅଷ୍ଟମ ପାବଛେ

ନବମରେ କ୍ରୋଧା ଦଶମେ ବଦ୍ରିକା ପ୍ରସାରିଣୀ ଏକାଦଶେ ।

ଦ୍ୱାଦଶରେ ବ୍ରତୀ ତ୍ରୟୋଦଶ ସ୍ତର ମାଜର୍ନୀ କ୍ଷାତି ତାପରେ

ପଂଚଦଶ ରକ୍ତା ସନ୍ଦିପନୀ ପୁଣି ଆଜାପନୀ କ୍ରମଭରେ ।

ଅଷ୍ଟାଦଶରେ ମଦନ୍ତୀ ରୋହିଣୀ ଉନବିଂଶ ପାବଛରେ

ରମ୍ୟା ବିଂଶ ଉଗ୍ରା ଏକବିଂଶ ପୁଣି କ୍ଷୋଭିନୀ ଦ୍ୱାବିଂଶ ପରେ ।

ଦୁତୀୟ ମତରେ ଦ୍ୱାବିଂଶ ପ୍ରକାର ପରା ପ୍ରକୃତିଟି ଆମ

ଟପିଲେ ପରାକୁ ପହଂଚିବା ଆମେ ଯାଇ ପରଂବ୍ରହ୍ମ ଧାମ ।

ତୃତୀୟ ମତରେ ସପ୍ତ ଲୋକ ସପ୍ତ ପାତାଳ ଅଷ୍ଟ ବୈକୁଣ୍ଠ

ଅତିକ୍ରମ କଲେ ଦ୍ୱାବିଂଶ ଲୋକକୁ କୃପା ବରଷେ ଅକୁଣ୍ଠ ।

ଅପର ମତରେ ବାଇଶି ପାହାଚ ପଂଚେନ୍ଦ୍ରିୟ ପଂଚ ପ୍ରାଣ

ପାଂଚ ଅନ୍ତଃ ସଉନ୍ଦର୍ଯ୍ୟ ପଂଚଭୂତ ଜ୍ଞାନ ଅହଂକାର ପୁଣ ।

ନାନା ମୁନି ନାନା ମତ ଏ ଦେଶରେ ସବୁ ମୂଳେ ଲକ୍ଷ ଏକ

ବାଇଶି ପାହାଚ ଚଢିଲେ ଶ୍ରଦ୍ଧାରେ ଭକ୍ତି ହେବ ଜାଗରୁକ ।

ପୂର୍ବଶୂରୀ ଆମ ପିତୃଶ୍ରାଦ୍ଧେ ଗଡୁ ଥାନ୍ତି ବାଇଶି ପାବଛ

ଶିଶୁକୁ ଗଡାନ୍ତି ଗୁରୁଜନେ ଅନ୍ତଃ କରଣ ହୋଇବ ସ୍ୱଚ୍ଛ ।

ଜଗତର ନାଥ ମର୍ତ୍ୟ ବଇକୁଣ୍ଠେ କରୁଥାନ୍ତି ଲୀଳାଖେଳା

ବାଇଶି ପାବଛ ପ୍ରବାଦ ବାସ୍ତବେ ଗଣିଲେ ବୁଡଇ ଭେଳା ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in