Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ବନ୍ଧୁତ୍ୱ ଯେ ନିଆରା ସମ୍ପର୍କ

ବନ୍ଧୁତ୍ୱ ଯେ ନିଆରା ସମ୍ପର୍କ

1 min
777


ହେ ବନ୍ଧୁ,ଜାଣେନା
କାହିଁକି ଏମିତି
ଅଜାଣତେ ତୁମେ
ମୋ'ଠାରୁ ଦୂରେଇ ଗଲ !

ସକାଳ ସଞ୍ଜରେ
ଆଖିରେ ଆଖିରେ
ଆଙ୍କି ରଖିଥିଲ
ଅଣ ଦେଖା କରିଦେଲ ।

ବାହୁଡ଼ିବା ପାଇଁ
ବାଟ ପାଉନାହିଁ
ସବୁଆଡେ ଖାଲି
ପର୍ଯ୍ୟାପ୍ତ ନିନ୍ଦାର କଣ୍ଟା ।

ବେଳେବେଳେ ତୁମ
ଭଗ୍ନ ଗବାକ୍ଷରୁ
ଅଜ୍ଞାତରେ ଆସେ
ସୁପ୍ତ ଚିତ୍କାରର ଛିଟା ।

କେତେ ଯେ ସମ୍ପର୍କ
ବିସ୍ତୃତ ବନ୍ଧନ
ଜଞ୍ଜାଳ ଜୀବନେ
ଆସୁଛି,ଆସି, ଯାଉଛି ।

ନିଜର ହେଉ ବା
ସାତ ପର ହେଉ
ଜଳ ଚକ୍ର ପରି
ନିଜେ ଘୁରି ଘୁରାଉଛି ।

ବାଲ୍ୟ ଚପଳତା
ଖେଳରେ ଖେଳରେ
ସେଦିନ ସଞ୍ଜରେ
ବାଲି ଘର ଭାଙ୍ଗିଥିଲା ।

ପ୍ରୀତି ପୀୟୂଷର
ପ୍ରତ୍ୟୁଷ ପୂର୍ବରୁ
ପ୍ରାପ୍ତ ବୟସରେ
ବନ୍ଧୁତ୍ୱ ଉଜୁଡି ଗଲା ।

ମୋ'ନିଜର ଦୋଷ
ଖୋଜି ମୁଁ ପାଉନି
ତୁମ ଦୁର୍ବଳତା
ଅଣ୍ଡାଳିଲେ ମିଳୁନାହିଁ ।

ସମୟ ଚକ୍ର ବି
ଭାରି ବଳିୟାନ
ଅଜାଣତେ ତୁମ
ଦୋଷ ଦେବି କାହିଁ ପାଇଁ !

ଅଭିଶାପ ଯେତେ
ଦେଉଥାଅ ମୋତେ
ମୋ'ମନରୁ ଖାଲି
ଝରୁଥିବ ଆଶୀର୍ବାଦ ।

ବନ୍ଧୁ ବରିଛି ମୁଁ
ହାର୍ଦ୍ଦିକ ହୃଦୟୁ
ଦେଇ ପାରିବିନି
ନିନ୍ଦା ଅବା ଅପବାଦ ।

ସୃଷ୍ଟି ସମ୍ପର୍କରେ
ଯେତେ ବି ବନ୍ଧନ
ଗଢ଼ିବ ଭାଙ୍ଗିବ
ରହିଛି ଉଦାହରଣ ।

ବାସ୍ତବ ବନ୍ଧୁର
ବନ୍ଧୁତ୍ୱ ବଳିଷ୍ଠ
ଅଜର ଅମର
ଚିରହରିତ୍,ଚିରନ୍ତନ ।


Rate this content
Log in