Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Others

3  

ଓଡ଼ିଆ ଗଳ୍ପ ଓ କବିତା - ୧

Others

କିଣିଖିଆ ଗୁହାରି

କିଣିଖିଆ ଗୁହାରି

1 min
7.1K


ମନମୋହନ ମିଶ୍ର


ଘେନାକର ସରକାର

କିଣିଖିଆ ଗୁହାରି

କିଣିଖିଆ ଗୁହାରି । ଘୋଷା ।

ଅଖା ପଟ ବୋହି ବୋହି କୁରୁମ ଆମେ,

ପଶୁଠୁଁ ହୀନ ବହିଛୁଁ ମଣିଷ ନାମେ

ଝାଳ ପୋଛି ଗୋଡ଼ ଭାଙ୍ଗି

ପଡ଼ି ଭିଖାରି । ୧ ।

କିଏ ଖଟିଲା କିଏ ସେ ଖାଇଲା ଲାଭ

ତେଲି ତେଲଙ୍କର ଏବେ ଲାଗିଛି ଭାବ

ଥୋଡ଼ିଆ ବଳଦ ମଲୁଁ ପିଡ଼ିଆହାରୀ । ୨ ।

ସଉକେ ହୋଇଛୁଁ ମାଛିମରା କିରାନି

ବେକରେ ବାନ୍ଧିଛୁଁ ପାଞ୍ଚ ଛଅ ପରାଣି

ପେଟେ ଭୋକ ମୁହେଁ ଲାଜ ଭଗାରି । ୩ ।

ବଳକା ପ୍ରଦେଶ ବୋଲି ଉଡ଼ିଲା ବାନା

ବିଦେଶେ ଠେଲିଲ ଆମ ପରାଣ-ଦାନା

ପାଖକେ ଖଳା ପାଖକେ ଛତରଖାନା

ପାଦୁକା ଦାନ ଲଭିଲ ଗୋଧନ ମାରି । ୪ ।



ସମାପ୍ତ


Rate this content
Log in