ଜୀବନ ସତ୍ୟ 2
ଜୀବନ ସତ୍ୟ 2
1 min
1.2K
ଜୀବନ ସତ୍ୟ 2
ସାହିତ୍ୟ ନିବେଶ ଦେଉ ପରିଚୟ
ଯଥା ଗୁଣ୍ଡୁଚି ପାଏ ଶ୍ରୀରାମେ ଶ୍ରେୟ
ଆଶା ସୌଧ ଶ୍ରମ ଗଢେ ଅକିଞ୍ଚନ
ଲଭିବାକୁ ଲକ୍ଷ ଲୋକରେ ଲୋକନ
ସାହିତ୍ୟ ସୃଷ୍ଟି ରେ ସମାଜ ଚିନ୍ତନ
ସାହିତ୍ୟ ବିକାଶ ସାଗର ମନ୍ଥନ
କ୍ଷୁଦ୍ର ହେଉ ପଛେ ଏ ନବ ପ୍ରୟାସ
ନିଷ୍ଠା ସାଧନାରେ ଦେଉଥିବା ନ୍ୟାସ
ଥିଲେ ସିନା ମିଶି ତୁଳସୀ ର ପାଶ
ତୁଳସୀ ପରାୟ ହେଉଥିବା ବାସ
ହିତ ମଣି ସ୍ଵାର୍ଥ କରିଲେ କଦର୍ଥ
ଜୀବନ କି ହେବ ଯଉବନେ ବ୍ୟାପ୍ତ
ମହାଦ୍ରୁମ ପରି ବଢୁଥିବ ଶାଖା
ପ୍ରପଞ୍ଚେ ପ୍ରଥିତ ହେବ ଜୟ ଗାଥା
ସୁଖେ ଦୁଃଖେ ଯେଣୁ ଯାଏ ଅନୁଷ୍ଠାନ
ଭାବୁଥିଲେ ମନ ହୁଏ ନାହିଁ ଆନ
ଆସିବ ଯେ ପଥେ ଯାଉଥିବ ବୋହି
ସାହିତ୍ୟ ର ରସ ଅମୃତ ମଣୋହି
ପାଉଥାନ୍ତି ଯିଏ ଜ୍ଞାନ ର ବିଚାରେ
ଅନ୍ୟ ଗୁଣ ଗାଇ ସ୍ଵଗୁଣ ବିସ୍ତାରେ
ପ୍ରଶାନ୍ତ କୁମାର ହୋତା 🙏