Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

3  

Pranati Mahapatra

Others

ମୃତ୍ୟୁମୁଖ

ମୃତ୍ୟୁମୁଖ

1 min
247



କରି କରାଉ ଥାଏ ହରି

ସଦା ତାହାକୁ ହୃଦେ ସ୍ମରି,

ଯେ ଜନ ଚାଲେ ସତ୍ୟପଥେ,

ହରି ଥାଆନ୍ତି ତା ସହିତେ।

ଏ ଘୋର କଳିକାଳେ ଜାଣ,

 ଅପଥେ ନର କରେ ଗମନ,

ସତ୍ୟର ପଥ କଣ୍ଟକିତ

ଯେ ଯାଏ ତା ଲକ୍ଷ୍ୟ ମହତ।

କଷ୍ଟ ଅର୍ଜନେ ଯେଉଁ ଧନ,

ନ ହୁଏ ଖର୍ଚ୍ଚ ଅକାରଣ,

ଷଢରିପୁକୁ କରେ ଦମନ,

ପାପଙ୍କେ ନ ବୁଡେ ତା ମନ।

ବିଭୁ ନାମକୁ ଚିନ୍ତେ ହୃଦେ,

ଜୀବନ ବିତେ ତ ଆହ୍ଲାଦେ।

କଳିର କିଛି ନର ଜାଣ,

ଅପଥେ କରନ୍ତି ଅର୍ଜନ,

ଷଢରିପୁ ତାଙ୍କ ବଳବତ୍ତ,

ନ ଭାବନ୍ତି କେ ସତ୍ୟପଥ।

ଅନ୍ୟାୟ ପଥେ ବହୁ ଧନ,

ପାଇଁ ଲାଳାୟିତ ତାଙ୍କ ମନ,

ଲୋଭହୁଁ ପାପ ବଢିଯାଏ,

ପାପରୁ ମୃତ୍ୟୁ ମୁଖେ ଯାଏ।



Rate this content
Log in