Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଓଜୋନ୍ ସ୍ତରରେ କଣା

ଓଜୋନ୍ ସ୍ତରରେ କଣା

1 min
105



ନିରେଖ ହେ ନେତ୍ରେ ସମୃଦ୍ଧ ଏ କ୍ଷେତ୍ରେ

ବାତ୍ୟାର କରାଳ ରୂପ

ଦେଖ ଆସ ଦେଖ   ଏବେ ରୂପରେଖ

ଦିଶେ ଯେହ୍ନେ ଭସ୍ମସ୍ତୁପ ।


ନାଶି କେତେ ବୃକ୍ଷ    କରିଗଲା ରୁକ୍ଷ

ସମୁଚୟ ଏହି ମାଟି

ପ୍ରପୀଡ଼ିତ ପ୍ରାଣୀ     ଦୁରବସ୍ଥା ଜାଣି

ହୃଦୟ ପଡୁଛି ଫାଟି ।


ଅତିଶୟ ବାତେ    ବତିଖୁଣ୍ଟ ସାଥେ

ଘରଦ୍ୱାର ଘଲା ଟଳି

ଛୁଇଁଲା ପାତକ    ସତେ କି ଆତଙ୍କ

ପଡିଛି ପ୍ରଳୟ ଭଳି ।


ପ୍ରକୃତିର ଦାଉ    ସହନ୍ତା କେ ଆଉ

ଭାଙ୍ଗିଗଲା ଯେତେ ଟାଣ

ନିମିଷକେ ଆସି     ପ୍ରକୃତି ବିନାଶି

ହରିନେଲା କେତେ ପ୍ରାଣ ।


ଛାତ୍ରାବାସେ କିବା ସେବାକେନ୍ଦ୍ରେ ଥିବା

ବ୍ୟବସ୍ଥା ବି ହେଲା ଧ୍ବସ୍ତ

ବିଜୁଳି କି ପାଣି   ନାହିଁ ବୋଲି ଜାଣି

ଲୋକେ ହେଲେ ଅସ୍ତବ୍ୟସ୍ତ ।


ପ୍ରଦୂଷଣ ଏବେ    ବଢିଲାଣି ଯେବେ

କଳ କାରଖାନା ପାଇଁ

ଗଛବୃକ୍ଷ ବିନେ   ନାଶ ହେବା ଦିନେ

ଉପାୟ ବି ଆଉ କାହିଁ ?


ପ୍ରକୃତିରେ ସିନା     ସନ୍ତୁଳନ ବିନା

ଓଜୋନ୍ ସ୍ତରରେ କଣା

ସ୍ବାଭାବିକ ସ୍ଥିତି    ବିନାଶନେ ଭୀତି

ପଡିଲାଣି ଏବେ ଜଣା ।



Rate this content
Log in