Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Mallick

Others

4.8  

Dharitri Mallick

Others

ସତ୍ୟ ଆଜି କାନ୍ଦେ ଏଠି

ସତ୍ୟ ଆଜି କାନ୍ଦେ ଏଠି

1 min
331


【୧】

ସବୁ ଛାଡ଼ି ଚାଲିଗଲ ଏଠି

ଯିଏ ଯାହା କୂଳ କିନାରା ଧରି

ମଝି ନଈରେ ବୁଡ଼ି ମରୁଛି ଏଠି ।।

【୨】

ଆଉ ନ ସମ୍ଭାଳି ପାରେ କିଛି

ଏକା ଏକା କାନ୍ଦେ ନିତି

କି ଦୋଷ ଅପରାଧେ ଭୋଗୁଛି ଦଣ୍ଡ ଏଠି ।।

【୩】

ଆଉ କେତେ ଦିନ କେତେ ବର୍ଷ ଅଛି ବାକି

ନ ପାଉଛି ଭରସା , ଧର୍ଯ୍ୟହରା ହୁଏ ଏଠି

ଯାହାକୁ ବିଶ୍ୱାସ କରେ ସେ ଦିଏ ଧୋକା ଏଠି ।।

【୪】

କଳି ଯୁଗେ ନାହିଁ ସ୍ଥାନ ସତ୍ୟ ଧର୍ମ ଆଉ ନ୍ୟାୟର

ଚୋରି, ପାପ, ଅଧର୍ମ ମିଛ, କପଟ ଲମ୍ପଟ

କରନ୍ତି ରାଜୁତି ବଢାନ୍ତି କାହିଁ କେତେ ପତିଆରା ।।

【୫】

ସତ୍ୟ ଧର୍ମ କାନ୍ଦୁଛି ଆଜି ପାପର ବଳ ଆଗେ

ନିଜ ଅସ୍ତିତ୍ବ ଉପରେ ଲଗାଏ ପ୍ରଶ୍ନ ଚିହ୍ନ ଆଜି ??

ସତରେ କଣ ଈଶ୍ୱର ଆଜି ଦେଉଛନ୍ତି ସୁରକ୍ଷା ?

ଅଧର୍ମୀ, ପାପୀ ମାନଙ୍କୁ କରି ଏତେ ବଳଶାଳି ।।

【୬】

କିଛି ତ କର ଆମ ଭଳି ନିରୀହ ମାନଙ୍କ ପାଇଁ

ଆମେ ତ ତୁମକୁ ଧରିଛୁ ପ୍ରଭୁ

ଅନେକ ଅଧର୍ମୀ ପାପୀ କରନ୍ତି ଆଜି ..

ବିଦ୍ରୁପ, ଥଟ୍ଟା ,ପରିହାସ ଆଉ ଉପହାସ ।

【୭】

କୁହନ୍ତି ଦେଖା ତୁମ ଈଶ୍ୱରଙ୍କର କରାମତି

ଏ ହେଉଛି କଳିଯୁଗ ଅଧର୍ମର ସମୟ

ନ ପାଳେ ଯିଏ କଳିର ଧର୍ମ

ହା ହୁତାଶନ ହୁଏ ତାଙ୍କ ଜୀବନ ।।

【୮】

ନାହିଁ ଆଉ ସତ୍ୟ ଧର୍ମ ନ୍ୟାୟର ମହିମା

ବଢ଼ି ଚାଲେ ପାପୀର ପ୍ରକୋପ ଏଠି

ସତ୍ୟ ଆଜି ଛଟପଟ ହୋଇ କାନ୍ଦୁଛି ନିତି ।।

© ଧରିତ୍ରୀ ମଲ୍ଲିକ୍ , ଭୁବନେଶ୍ୱର


Rate this content
Log in