ତୋରକଥା ଶୁଣି ଥାଉ ସନ୍ତୋଷରେ ଚିତ୍ତ
ତୋରକଥା ଶୁଣି ଥାଉ ସନ୍ତୋଷରେ ଚିତ୍ତ
ପାଦ ପ୍ରକ୍ଷାଳନ କରିଲା କୈବର୍ତ୍ତ
ନିମିଷକେ ହେଲା ଖ୍ୟାତ
ତୋର ଦୟା ରେଣୁ କଳି କେ ପାରିବ
ପରମାଣୁ ପରି ବ୍ୟାପ୍ତ
ଅନନ୍ତ ଅସୀମ ଆହେ ଅରୂପ ଅବ୍ୟକ୍ତ
ତୋର କଥା ଶୁଣି ଥାଉ ସନ୍ତୋଷରେ ଚିତ୍ତ ।
କାହିଁକି କରୁଛ ପର ପରି ମୋତେ
ମୁଁ କି ନୁହେଁ ତୋର ଭକ୍ତ
ଗୋବିନ୍ଦେ ସଙ୍ଗତି ହେବି ବୋଲି ଭାବି
ହେଉଛି ମୁଁ ଅବହିତ
ଅନନ୍ତ ଅସୀମ ଆହେ ଅରୂପ ଅବ୍ୟକ୍ତ
ତୋର କଥା ଶୁଣି ଥାଉ ସନ୍ତୋଷରେ ଚିତ୍ତ ।
କେତେ ପ୍ରକାରରେ ଭୋଗ ମୁଁ ଯାଚୁଛି
ହେଉନାହଁ କାହିଁ ତୃପ୍ତ
ଦାସିଆ ଭୋଗକୁ ଆସି ନେଇଗଲ
ଦେଉ ଦେଉ ତାର ହସ୍ତ
ଅନନ୍ତ ଅସୀମ ଆହେ ଅରୂପ ଅବ୍ୟକ୍ତ
ତୋର କଥା ଶୁଣି ଥାଉ ସନ୍ତୋଷରେ ଚିତ୍ତ ।
ଆଶାର କିରଣ ଝଲସୁଛି ମୋର
ଚେଷ୍ଟା କରେ ଅବିରତ
ଅସଫଳ ପାଇଁ ନାହିଁ ମୋର ଡର
ପ୍ରଭୁ ପାଦ ମୋର ଲକ୍ଷ୍ୟ
ଅନନ୍ତ ଅସୀମ ଆହେ ଅରୂପ ଅବ୍ୟକ୍ତ
ତୋର କଥା ଶୁଣି ଥାଉ ସନ୍ତୋଷରେ ଚିତ୍ତ ।
ପ୍ରଶାନ୍ତ କୁମାର ହୋତା