କୋହଲା ପାଗ(ପଲ୍ଲୀ କବିତା)
କୋହଲା ପାଗ(ପଲ୍ଲୀ କବିତା)
କୋହଲା ପାଗ
(ପଲ୍ଲୀ କବିତା)
-----------------
'ପେଥାଇ'କରିଚି ପାଗ କୋହଲିଆ
ସାଥି ପୁଷମାସ ଶୀତ,
ବେନୁଆ କହିଲା " ସଁ'ବାରୀ ଆଜି
ଶେଯ ଛାଡିବାନି ମିତ।
ବାବୁଘର ଆଜି କାମ ବଅନ୍ଦ ଲୋ
ଶୋଇପଡେ ଘୋଡିଘାଡି"
ସଅଁବାରୀ କହେ "ଛୋପରା ହଅନି,
ବେଳ ହେଲାଣି ଦିଘଡି।
ବା'ଆଇଲେଣି ପୋଖରୀପାଣିରୁ,
ମା' ଦୁହିଁଲେଣି ଗାଈ,
ଦିଅର ଶୁକୁଟା ଇସ୍କୁଲୁ ଯିବଟି
ଦେଲେ ଚୁଡା-ଦହି ଖୋଇ।
ପରିବା ପତର ଘରେ କିଛି ନାହିଁ
ସଇଥିଲିଆ ହଅନି,
ସାଇକଲମାରି ଜରହରିପଦା*
ଯାଇ ଘିତିଆସ ଜହ୍ନି।&
ବେନୁଆଁ କହିଲା "ବଡ ବାଜେପିଲା,
ତୁ ସଅଁବାରୀ ମୋର,
ପରିବା ପେଇଁକି କୁଆଡେ ଯିବିନି
ଯାହା ଘରେ ଅଛି କର।
ଭାତସାଙ୍ଗେ ଚଣାଡାଲି କରିବୁଲୋ
କଇଁଆ ଦି'ଫେଡା ଦେଇ,$
ବାରି ଧନିଆଁକୁ ଚଟଣି କରିବୁ #
କଇଁଥ,ଗୁଡ ପକେଇ।
ସାରୁ ଅଛି ଯୋଡେ ଭାଜିଦେ'ଲୋ
ଆରୁ କରିଦେ ଭରତା,@
କୋହଲା ପାଗେରେ କୁଆଡେ ଯିବିନି
ଯେତେ ତୁ ପାଟି କରୁଥା।
ହଉ ସେଇକଥା ଛାଡେ ସଅଁବାରୀ
ପକଡି ଦିଇଟା ଛାଣେ।
ଅଦାଟିକେ ମାରି ନାଲିଚା' କରି
ଶେଜ କତିକି ମୋ ଆଣେ।"
ସଅଁବାରୀ କହେ"ଜାଣିଚି ମୁଁ ଆହେ,
କେମିତି ଶେଯ ଛାଡିବ,
ବାରିଆଡ କୁଣ୍ଡ କୋହଲା ପାଣିରୁ
ଢାଳେ ଏବେ କୁଢାହବ।
*ଜରହରି ପଦା:-ବାଇଗୁଣିଆ ଗାଁ'ପାଖରେ 'ଜଳହରି ପଦା'ଏକ ସ୍ଥାନ ଯେଉଁଠାରେ ତଟକା ପରିବା ରାସ୍ତା କଡରେ ମିଳେ।
& ଘିତି ଆସ:- ନେଇଆସ।
$କଇଁଆ:-ତେନ୍ତୁଳି
# ବାରି:-ବାଡି
@ ଆରୁ:-ଆଳୁ