Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Inspirational

3  

Sudama Lenka

Inspirational

ମାଆ ର ସେନେହ ମଶାଣିରେ

ମାଆ ର ସେନେହ ମଶାଣିରେ

1 min
6.6K


  ମାଆର ସେନେହ ମଶାଣିରେ

______________________

ମାଆର ସେନେହ ପଣତରେ ଥାଏ , 

        ନଥାଏ ବଜାର ଘାଟରେ !

 କେତେ ଦୁଃଖ ,କଷ୍ଟ ସହିଥାଏ ପୁଣି  

        ପାଳିଥାଏ ନିଜ ହାତରେ !

ପୁଅଙ୍କ ଗରବ, ଭାରିଜାର ଲୋଭ ,

       ନ ଦିଶଇ ତା'ର ଆଖିରେ !

ମାଆ ଅଭାବରୁ ଜାଣ ଏ ଜଗତ ,

      ହୋଇଯିବ ଦିନେ ଅନାଥରେ !

ସୁଖ ଦେଇଥିଲା ଦୁଃଖ କି ପାଇଲା ,

        କ'ଣ ଥିଲା ତା ପାଖରେ !

ଜୀବନରେ ଯେତେ କର୍ମ ଅରଜିଲା ,

       ସବୁତ ଗଲା ତା' ଲୁହରେ !

ଆଖିର ଲୁହକୁ ଓଠରେ ପିଇଲା ,

         ସହିଗଲା ସବୁ ଛାତିରେ !

ଜୀବନ କୁ ତା'ର ସମର୍ପଣ କଲା ,

       ନ ନୁଆଁଇଲା ତା' ମଥାରେ !

ଝିଅଙ୍କୁ ଅନେଇ ପୁଅ ଜନମିଲା ,

         ମିଳିବାକୁ ଖାଲି ଦୁଃଖରେ !

ମାଆର ଲୁହରେ ଭାସିଯିବୁ ତୁହିଁ ,

         ରହି ନ ପାରିବୁ  ସୁଖରେ !

ଭାରିଜା ପାଇଁ କି ମାଆ କୁ ହରେଇ ,

         କାଟୁଥିବୁ ଦିନ ଦୁଃଖରେ !

ମାଆ ଏକା ସିଏ ଜଗତରେ ସାହା ,

        ତାକୁ ତୁ ନିନ୍ଦିଲୁ କାହିଁରେ !

କେଉଁ ଗରବର ମନ୍ତର ଫୁଙ୍କିଲା ,

      ନ ପୂରେଇଲୁ ତାକୁ ପାଖରେ !

ଆଜିକି ଖୋଜିଲେ ମାଆ କୁ ପାଇବୁ ,

       ମାଆ ତ ଯାଇକି ମଶାଣିରେ !

ମାଆ ମାଆ ବୋଲି ଯେତେ ଚିଲେଇଲେ ,

        ନ ଆସିବ ତୋର ସାଥିରେ !

ମଶାଣି କହୁଛି ଫେରିଯା ରେ ବାବୁ ,

      ଖୋଜି ନ ପାଇବୁ ମାଆକୁ ରେ !

ଆର ଜନମକୁ ଅନେଇ ବସିବୁ ,

      ମାଆକୁ ପାଇବୁ ସେପାରିରେ  !

 ମାଆର ସେନେହ ମଶାଣିରେ ...

            

       


Rate this content
Log in

Similar oriya poem from Inspirational