Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଜଗନ୍ନାଥ ତୁମେ ଭାରି କପଟୀ

ଜଗନ୍ନାଥ ତୁମେ ଭାରି କପଟୀ

1 min
6.7K


ଭାଇ ଭଉଣୀଙ୍କ ସାଥେ ରହିଲ ହେ ଜଗନ୍ନାଥ ଲକ୍ଷ୍ମୀ ମନ୍ଦିରେ ଏକା

ବୁଲି ବାହାରିଲ ମାଉସୀ ଘର ହେ ଜଗନ୍ନାଥ ତାଙ୍କୁ ନାହିଁଟି ଡକା !!

ପଛରେ ଚାଲିବ ନନ୍ଦୀଘୋଷଟି ହେ ଜଗନ୍ନାଥ ଲକ୍ଷ୍ମୀ ସାଥେ ରହିଲେ

ଦେଢଶୁର ମୁହଁ ଦେଖି ନଥାନ୍ତେ ହେ ଜଗନ୍ନାଥ ତୁମେ ଜାଣିଛ ଭଲେ !!

ରୂପରେ ଗୁଣରେ ମା'ଟି ମୋର ହେ ଜଗନ୍ନାଥ କିଏ ଅବା ବାରିବ !

ଠାକୁରାଣୀ ସାଥେ କପଟ କଲ ହେ ଜଗନ୍ନାଥ କିଏ ଅବା ସହିବ !!

ତିନିଦିନ ପରେ ଲକ୍ଷ୍ମୀଙ୍କ ଧୈର୍ୟ୍ଯ ହେ ଜଗନ୍ନାଥ ବଂଧ ଭାଂଗି ପଡିବ

ଦେଖା କରିବାକୁ ଗୁଣ୍ଡିଚା ଯିବେ ହେ ଜଗନ୍ନାଥ ତୁମେ ଦେଖା ନ ଦେବ ।।

ରକ୍ତ ମାଂସ ଦେହ କେତେ ସହିବ ହେ ଜଗନ୍ନାଥ ରଥ କାଠ ଭାଂଗିବେ

ହେରା ଗୋହିରି ର ସାହିରେ ପଶି ହେ ଜଗନ୍ନାଥ ରଥ ଫେରାଇ ନେବେ ।।

ନିଳାଦ୍ରୀ ବିଜୟ ଦିନ ଆସିବ ହେ ଜଗନ୍ନାଥ ଲକ୍ଷ୍ମୀ କୋପ ଦେଖିବ

କେତେ ବୋଲା ବୋଲି ବଚସା ହେବ ହେ ଜଗନ୍ନାଥ ମୁହଁ ରଂଗା ପଡିବ ।।

ହଟିଆ ଠାକୁର କପଟୀ ତୁମେ ହେ ଜଗନ୍ନାଥ କେଉଁ ଛଳ ନ ଜଣା !

ରସଗୋଲା ଲାଂଚ ଯାଚିବ ତୁମେ ହେ ଜଗନ୍ନାଥ ଲକ୍ଷ୍ମୀ ବୁଦ୍ଧି ଟି ବଣା ।।

ଆହୁରି କପଟ ବୁଦ୍ଧି କରିବ ହେ ଜଗନ୍ନାଥ ପଶା ଖେଳ କରିବ

ମିଛେ ହାରି ଲକ୍ଷ୍ମୀ ଟେକ ରଖିବ ହେ ଜଗନ୍ନାଥ ସୁଖେ ମନ୍ଦିର ଯିବ ।।

ବାରତା ଦେଉଛ ଜଗତେ ତୁମେ ହେ ଜଗନ୍ନାଥ ଭାଇ ଭଉଣୀ ସଂଗ ନଛାଡିବ

କେବେ ଜାୟାକୁ ଡରି ହେ ଜଗନ୍ନାଥ ଟିକେ ନଇଁ ପଡିବ ।।

ସଭିଏଁ ସଂସାର ପାଇଁକି ଲୋଡା ହେ ଜଗନ୍ନାଥ ସ୍ତିରୀ ସଦା ହୃଦରେ

ଭାଇ ଭଉଣୀଙ୍କୁ ନ କର ପଛ ହେ ଜଗନ୍ନାଥ ସହୃଦୟ ସୋଦରେ ।।


Rate this content
Log in