ନିଦାଘର ମାୟା
ନିଦାଘର ମାୟା
1 min
6.5K
ବସନ୍ତର କୁଞ୍ଜେ ଲୁଚକାଳି ଖେଳି
ଫଗୁଣ ଗଲାଣି ଚାଲି
ଅବିରର ରଙ୍ଗ ଫିକା ପଡ଼ିଆସେ
ଫିକା ପଡ଼ିଆସେ ହୋଲି ।
ହାତ ଠାରି ଡାକେ ଚଇତି ପବନ
କାଳ ବୈଶାଖୀକୁ ଧିରେ
ମୃଦୁ ମଲୟତ ବଇଶାଖୀ ସାଜି
ବହୁଅଛି ଖରତରେ ।
ଜଳୁଛି ଧରଣୀ ଜଳୁଛି ଆକାଶ
ଜଳୁଛି ଗହନ ବନ
ଆପଣାର ଲୋକେ ଦୁଃଖ ଦେଲେ ଯେହ୍ନେ
ଜଳି ପୋଡ଼ିଯାଏ ମନ ।
ନିଦାଘର ଖରା ଶୋଷିନିଏ ଧରା
ନଈ, ନାଳ,କୂପ,ସର
ପାହାଡ଼ ରୁକ୍ଷ ଛାତି ତଳୁ ଝରେ
ଅମୃତର ଛୋଟ ଝର ।
ବରଷା ରୂପରେ ଦେଇଥାଏ ଭେଟି
ଜଗତ ଜୀବନ ଜଳ
ସଂସାରର ବ୍ୟଥା ଧୋଇ ଦେଇଥାଏ
ଆଣିଦେଇ ବର୍ଷାକାଳ ।
◆ କଣ୍ଡୁରୀ ଚରଣ ରାଉତ