Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ଜୀବନରେ ଦୁର୍ଘଟଣା

ଜୀବନରେ ଦୁର୍ଘଟଣା

1 min
578




ଥରେ ଏ ସହରେ ଦିନ ଦି' ପହରେ

ପଥେ ଥିଲା ଜଣେ ପଡ଼ି

ମୁଣ୍ଡରୁ ତାହାର ହୋଇକି ବାହାର

ରକ୍ତ ଯାଉଥିଲା ଗଡ଼ି ।

ଦଳେ ହେବ ଟୋକା ଦେଖୁଦେଖୁ ବୋକା

ପାଖକୁ ଯାଆନ୍ତେ ବଢ଼ି

ରହିଥିଲେ ଘେରି ହେଲାଣି କି ଡେରି

ଗାଡ଼ି ଯାଇଥିଲା ଚଢ଼ି ।

ତହୁଁ କେହିଜଣେ ଆସୁଆସୁ କ୍ଷଣେ

ଅବସ୍ଥା ପରଖି ତାର

ଧରନ୍ତେ ବାହାକୁ ଉଠାଇ ତାହାକୁ

କରିଲା ରାସ୍ତାରୁ ପାର ।

ପଥପ୍ରାନ୍ତେ ଥୋଇ ତରବର ହୋଇ

ବୁଝୁ ନବୁଝୁ କା' ଦୋଷ

ହାତେ ଠାରି ଠାରି ମାଗୁଥିଲା ବାରି

ଲାଗୁଥିଲା ବୋଧେ ଶୋଷ ।

ପୋଲିସର ଡରେ ଚାହୁଁ ଚାହୁଁ ଖରେ

ସେ ସ୍ଥାନରୁ ଭିଡ଼ ଫାଟେ

କାଳେ ଯିବେ ଫଶି ସେଥିପାଇଁ ଖସି

ଲୋକେ ଗଲେ ଯେଝା ବାଟେ ।

ନାଲି ଆଖି କାଢ଼ି ଧରି ବେତବାଡି

ପହଞ୍ଚି ପୋଲିସ ବାଲା

ଛାଡିବାକୁ ବାଟ ଦେଖାଇଲେ ଆଣ୍ଟ

କହିଲେ ନକର ହାଲ୍ଲା ।

ସାମ୍ବାଦିକ ଆସି ଫଟୋ ଚିତ୍ରରାଶି

ଉଠାଇ ଜାଗାକୁ ଦେଖି

ଦୁର୍ଘଟଣା କଥା ବୁଝିଶୁଝି ଯଥା

ବିବରଣୀ ଦେଲେ ଲେଖି ।

ଆମ୍ବୁଲାନ୍ସ ଗାଡ଼ି ପହଞ୍ଚିଲା ମାଡ଼ି

ଅଳପ ସମୟ ପରେ

ନେଇଗଲେ ତାକୁ ଡାକ୍ତରଖାନାକୁ

ଏତିକିରେ କଥା ସରେ ।

ଡାକ୍ତର ଆସିଲେ ଦେଖିକି ଭାଷିଲେ

ଘଟଣା ସବୁକୁ ବୁଝି

ଆଣି ସରଞ୍ଜାମ କରୁ କରୁ କାମ

ଆଖି ତାର ଦେଲା ବୁଜି ।

ଫେରିଲାନି ଚେତା ଘେରିଗଲେ ନେତା

ଉଠାଇ ଦେଲେନି ଶବ

ଆସି ଚାରି ଜଣ ଘର ପରିଜନ

କରୁଥିଲେ ଶୋକରବ ।


ପ୍ରସନ୍ନ କୁମାର ମାଦଳା



Rate this content
Log in