Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

3  

Dr Jharana Satapathy

Others

ମହୋଦଧି ବୁଡ

ମହୋଦଧି ବୁଡ

1 min
5.9K


କାର୍ତ୍ତିକ ପୂର୍ଣ୍ଣିମା ଦିନ ପୁରୀ

ଯିବାକୁ କରିଛି ମନ

ମକର ଲୋ ।୦।

ଏବେଠୁ କହୁଛି କଥାଟି ଶୁଣ

ରହିଲା ଜଗାର ରାଣ

ମକର ଲୋ,।୧।

ମହୋଦଧିରେ ବୁଡଟି ଦେବା

ଜୀବନରେ ପୂଣ୍ୟଟି ଅର୍ଜିବା

ମକର ଲୋ ।୨।

ମହୋଦଧିରେ ସ୍ନାନ କଲେ

କାର୍ତ୍ତିକ ଧର୍ମ ପାଇବା ଭଲେ

ମକର ଲୋ ।୩।

ମହୋଦଧିରେ ବୋଇତ ଭସାଇ

ଆ କା ମା ବୈ କହିବା ଯାଇ

ମକର ଲୋ ।୪।

କାର୍ତ୍ତିକ ପୂର୍ଣ୍ଣିମାରେ ଜଗାକୁ

ଦର୍ଶନ କରିବା ସୁନା ବେଶରେ

ମକର ଲୋ ।୫।

କାର୍ତ୍ତିକ ପରି ମାସଟି ନାହିଁ

ମହୋଦଧିରେ ସ୍ନାନ କରିବା ଯାଇ

ମକର ଲୋ ।୬।

ଲକ୍ଷେ ପୁଣ୍ୟ ଅର୍ଜିବା ତହିଁ

କାର୍ତ୍ତିକ ଧର୍ମ ପାଇବା ପାଇଁ

ମକର ଲୋ ।୭।

ଆବର ତୀର୍ଥ ଯେତେ ଯହିଁ

ତହିଁର କିଛି ଫଳ ନାହିଁ

ମକର ଲୋ ।୮।

ସକଳ ପାପ କରିବା ଦୂର

ମୁକତି ଲଭନ୍ତି ସବୁ ନାରୀନର

ମକର ଲୋ ।୯।

ଧର୍ମ ଅର୍ଜନ ପ୍ରାପ୍ତ ହେବ

ଜୀବନଟି ଆମର ଧନ୍ୟ ହୋଇଵ

ମକର ଲୋ ।୧୦।

ଡକ୍ଟର ଝରଣା ଶତପଥି

ଭୁବନେଶ୍ଵର


Rate this content
Log in