କଳ୍ପନାର ଗୀତ 51
କଳ୍ପନାର ଗୀତ 51
1 min
197
ବଞ୍ଚିବା ହେଲାଣି ନିଃସଙ୍ଗ ମୋହର
ସଙ୍ଗ ଥାଇ ପାଶେ କେତେ
ଆସିବୁ ବୋଲି ତୁ କହି ଆସିଲୁନି
କେତେ ଦୁଃଖ ଦେଲୁ ମୋତେ
ତୋତେ ଭାବୁଥିଲି ମୋ ଜୀବନ ସାଥୀ
ପାଶେ ଥିଲି ତୋର ବସି
ଆତ୍ମୀୟ ଭାବକି ଅନାତ୍ମୀୟ ହେଲା
ଚାଲିଗଲୁ ମୋଠୁ ଖସି
ଦେଖୁଥିଲି ଯାହା ନୟନ ସୋରେହା
ଦେଖିଲି ଅଛି ମୋ ପାଖେ
ହୃଦ ସିହାସନେ ବସିଛୁ ମଉନେ
କହୁ ନାହୁଁ କିଛି ଦୁଃଖେ।
ଚେତନାରେ ମୋର ରହିଛି ତୋ ସ୍ମୃତି
ପାଇଛି ତୋହର ବସା
ସପନେ ଭେଟିବି ଭାବ ଦେବି ନେବି
ହେବି ନାହିଁ ଲୋକ ହସା
ପ୍ରଶାନ୍ତ କୁମାର ହୋତା