ଖାଦ୍ୟ ଖାଦକର ହିଁସାରେ
ଖାଦ୍ୟ ଖାଦକର ହିଁସାରେ
ଖାଦ୍ୟ ସଦାବେଳେ ଖାଦକ ହିଂସାରେ
ମାନସ ବଚନ ଅବା ଭୋଜନରେ
ଯେ କୌଣସି ସ୍ଥିତିରେ
ବଳ ଯାହାର ମୂଲ ତାହାର
ସଂସ୍କାର ଆଇନି ତା ବାଟରେ
ଧରା ପଡିଗଲା ପରେ
ମୁଁ କାନ୍ଦୁନି ଆଉ ଡଷ୍ଟବିନ ଭିତରେ
ମୁଁ ବୁଝି ସାରିଛି ତାର ବେଦନା
ସେ ବି ତ ଜଣେ ନାରୀ
କହିବାକୁ ନାହିଁ ସିନା ଶକ୍ତି
ମାତୃପଣ ସାଜିଛି ଦୂର୍ଗତି
ଅସହାୟା ଦୁର୍ବଳା ବିଚାରି
ଯୌବନରେ ମୋର ମୂଲ୍ୟ ବଢିଯାଏ
ସମସ୍ତେ ହୋଇ ଯାଆନ୍ତି ପ୍ରିୟ
ପ୍ରତି କଥା ମୋର ଯାଏ ଆଦରରେ
ନିର୍ଯ୍ୟାତିତା ହୁଏ ନାହିଁ ଆଉ
ଅସହାୟା ଲାଗୁନାହିଁ ଆଉ
ତଥାପି ମୋ ରାସ୍ତା ଯୌତୁକ ଜୁଈରେ
ନିରାଶ୍ରୟ ହେଲେ ଦିଅନ୍ତି ନିର୍ଭୟ
ବଡପଣ୍ଡା ମାନେ ଆଣନ୍ତି ଆଶ୍ରୟ
ପାଇବାକୁ ଦେହର ପିପାସା
ନିର୍ଭୟରେ ଦେବି ବୋଲି ଅପେକ୍ଷାରେ
ଆଶା ଟିକେ ଯାହା ଚିରିବାକୁ ବସ୍ତ୍ର
ମେଣ୍ଟାଇବେ ଏ ଦେହ ଲାଳସା
ପ୍ରଶାନ୍ତ କୁମାର ହୋତା