Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ବାକି କିଛି ହୃଦୟର କଥା

ବାକି କିଛି ହୃଦୟର କଥା

1 min
161


ବାକି କିଛି ହୃଦୟର କଥା -(ତିନି)

_______________


ହେ ସମୟ ...

ତୁ କିଛି କ୍ଷଣ ରହିଯା ଅଟକି ...

ତା ସାଥିରେ ବସିବାକୁ

ପିସ୍ ପିସ୍ ହସିବାକୁ

ଚୁପିଚୁପି ଗପିବାକୁ

ମୋର ଅଛି କିଛି ବାକି...

ହେ ସମୟ...

ତୁ କିଛି କ୍ଷଣ ରହିଯା ଅଟକି...


ଝରୁଛି ତା ଆଖି ଲୁହ

ସାଥେ କିଛି ଛାତି କୋହ

ବନ୍ଧନ ର ମାୟାଜାଲ

ବିରହେ ଗଲାଣି ଶୁଖି...

ହେ ସମୟ...

ତୁ କିଛି କ୍ଷଣ ରହିଯା ଅଟକି ...


ଫୁଲ ହୁଏ ଆନମନା

ଭ୍ରମର ଟା ବାଟ ବଣା

ଜହ୍ନ ର ମନ ଛୁଇଁଲେ

ଫେରିବୁ ହରସେ ଦେଖି...

ହେ ସମୟ...

ତୁ କିଛି କ୍ଷଣ ରହିଯା ଅଟକି ...


ହୃଦୟ ରୁ ଫିଙ୍ଗିବା ପରେ

ପାଖେ ଥାଇ ଅଛି ଦୂରେ

ମୋ ପ୍ରେମ ର କିଛି ନିଶା

ତା ଓଠ ରେ ଅଛି ବାକି...

ହେ ସମୟ...

ତୁ କିଛି କ୍ଷଣ ରହିଯା ଅଟକି ...


ସବୁ ବଦନ ରେ ବୋଳା

ବିଗତ ସଂଜ ର କଳା

ଭାବନା ମୋ ବେଳୁବେଳ

ମୁଠିରେ ପାରେନା ରଖି...

ହେ ସମୟ ...

ତୁ କିଛି କ୍ଷଣ ରହିଯା ଅଟକି...


ପଢିବାକୁ ଦେ ଥରେ

ମୋ ବିଶ୍ୱାସ ତା ଆଖିରେ

କଳଙ୍କ ର କଳା ଦାଗ

ନଜରରେ ଦେଏନା ମାଖି ...

ହେ ସମୟ ...

ତୁ କିଛି କ୍ଷଣ ରହିଯା ଅଟକି ...


ପ୍ରେମ ର ମଧୂ ପିଆଲା

ମହକ ମହକି ଗଲା

ହୃଦୟ ର ନିଆଁ ଯେତେ

ଲିଭିଯାଏ ତୋତେ ଡାକି...

ହେ ସମୟ ...

ତୁ କିଛି କ୍ଷଣ ରହିଯା ଅଟକି ...


ବୋହିଯାଉ ବାକି କଥା

କୁହୁଡି କାକର ସାଥେ

ମାଟିର ମନ ଭିଜେଇ

ମରି ପଡୁ ଆଜି ଶୁଖି...

ହେ ସମୟ...

ତୁ କିଛି କ୍ଷଣ ରହିଯା ଅଟକି...



Rate this content
Log in