ଧୂସର ପୃଥିବୀ
ଧୂସର ପୃଥିବୀ
ମୁଁ ଈଶ୍ବର କହୁଛି ,
ସ୍ରଷ୍ଟା ମୁଁ ଯେ ଏ ସୁନ୍ଦର ପୃଥିବୀର,
ସ୍ରଷ୍ଟା ମୁଁ ଯେ ଏ ଜୀବ ଜଗତର ,
ସ୍ରଷ୍ଟା ମୁଁ ଯେ ଏ ମାନବ ସମାଜର,
ସନ୍ତାନ ଭାବେ, ମଣିଷ ହିଁ ଧରାର ଶ୍ରେଷ୍ଠ ଉପହାର ।
ସୃଷ୍ଟି କରିଛି ମୁହିଁ , ତୁମକୁ ହେ ମାନବ,
ସବୁଜ ବନାନୀ, ଚିରସ୍ରୋତା ନଦୀ, ହ୍ରଦ,
କାନନେ, କାନନେ ଭରିଛି ସୁଗନ୍ଧିତ କୁସୁମ,
ସ୍ରଷ୍ଟା ମୁଁ ଯେ ଏ ବିଶାଳ ଗଗନ, ସାଗରର,
ରକ୍ଷକ ତୁ ଯେ ରେ ଅବୋଧ ମାନବ, ଏ ସୁନ୍ଦର ପୃଥିବୀର ।
ଧରା ଆଜି ତୋ ହସ୍ତେ ହୁଏ ତିରସ୍କୃତ,
ଅପରୂପା ଧରା ଆଜି ହୋଇଛି ଶ୍ରୀହୀନ,
ଚିରସ୍ରୋତା ନଦ, ନଦୀ ହୋଇଛି ମରୁ ଝର,
ଧୂଆଁ, ଧୂଳି ସ୍ପର୍ଶେ ସବୁଜିମା ପାଲଟିଛି ଧୂସର ,
ସ୍ବାର୍ଥ, ଅହଂ, ଲୋଭେ ହୋଇ ତୁ ମଦମତ୍ତ ,
ରକ୍ଷକ ରୁ ସାଜିଛୁ ଆଜି ତୁ ଯେ ଭକ୍ଷକ,
ଜୀବନ ପାଇଁ ଜୀବନ ଯେ କରେ ହାହାକାର ,
ଆପଣା ହସ୍ତେ ନିଜ ଜିହ୍ଵା ଛେଦି, ବରଣ କରିଛୁ ନିଜ ସର୍ବନାଶ ।