Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ପ୍ରେମିକ ହେବା କଣ କମ୍ କଥା

ପ୍ରେମିକ ହେବା କଣ କମ୍ କଥା

1 min
220



ପ୍ରେମ ଓଠରେ 

ଶୋରିଷ ଫୁଲର ହସ ଆଙ୍କିବାକୁ

ପଥର ଛାତିରେ ସାଜିବାକୁୁ ହୁଏ ଫଗୁଣ ବରଣ

ଅଭିମାନର କଟକଣା ଲଗାଇ

ରୋକିବାକୁ ହୁଏ

ସ୍ୱପ୍ନର ଆକାଶ ଛୁଆଁ ଉଡାଣ ।

ମନକୁ କାଠ କଣ୍ଢେଇ ପରି ନାଚିବାକୁ ହୁଏ

ପ୍ରେମ ର ମିଠା ମିଠା ହଣ୍ଟର ମାଡରେ

ଭିଡ ଭିତରର କୋଳାହଳ ରାଗିଣୀ ଲାଗେ

ସତେ ଅବା

ଅନ୍ଧକାର ଗଳିରେ ଆଶରୀରୀ ନିର୍ଜନତା

ତେବେ ତୁମେ କୁହ

ପ୍ରେମିକ ହେବା କଣ କମ୍ କଥା..?


କାମନାର ଶିର ଛେଦି ବଞ୍ଚୁଥିବା ମନ

ଟାଣୁ ଥାଏ ସାରା ଦିନ

ଫାଳେ ଇଛାର ତୋରଣ ଫାଳେ ଶୁଖିଲା ଜୀବନ

ଦୀପ୍ତିମୟୀ ଅଦୃଶ୍ୟ ସତ୍ତା ଶିଉଳି ଲଗା ଗାଲିଚା

ବାରମ୍ବାର କରେ ମୋତେ ସ୍କନ୍ଧଚ୍ୟୁତ ।

ଆଉ ମୁଁ,

କାମନାର ବିନାଶରେ ଦୁଃଖର ବିନାଶ କହି

ଧାଉଁଥାଏ କାମନା ପଛରେ ପୁନର୍ବାର

ସଙ୍ଗ କରି

ମୃତବତ୍ ହୃଦୟର ବାସହୀନ ଆବିଳତା

ତେବେ ତୁମେ କୁହ

ପ୍ରେମିକ ହେବା କଣ କମ୍ କଥା..?


ନା ବେଳ , ନା ଅବେଳ , ନା ସଞ୍ଜ , ନା ସକାଳ

ନା ବର୍ଷ , ନା ମାସ , ନା ଦୁଃଖ , ନା ହସ 

ନା ଲୁହ , ନା କୋହ , ନା ମାୟା , ନା ମୋହ ସବୁ

ତୁମ ଚିନ୍ତନର ଓଜନ ବଢାଏ 

ଭାରି ହୁଏ ମୋ ଅଧାଲେଖା ଚିଠିର ସ୍ପନ୍ଦନ

ଓଦା ସରସର ହୁଏ ଶବ୍ଦର ଛନ୍ଦହୀନ ବଉଳ ମାଳ ।

ସେତେବେଳେ,

ଲେଖନୀ ବି ଅଡି କରି ବସେ ପ୍ରେମିକ ହେବାକୁ.. 

ହେଲେ ସେ କି ବୁଝିବ 

ତା ହୃଦୟରୁ ଝରୁଥିବା ରୁଧିରାକ୍ତ ସ୍ୟାହି

ସାଦା କାଗଜ ଛାତିରେ 

ତୋଳୁଥିଲା ନୀରବତା

ତୁମେ କୁହ 

ପ୍ରେମିକ ହେବା କଣ କମ୍ କଥା..?



Rate this content
Log in