Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

2  

Ansuman Swain

Others

ଏ ସଂସାରେ ରହି କିଛି ଲାଭ ନାହିଁ

ଏ ସଂସାରେ ରହି କିଛି ଲାଭ ନାହିଁ

1 min
6.8K


ଏ ସଂସାରେ ରହି କିଛି ଲାଭନାହିଁ

ନାହିଁ ମୋର ପରିଚୟ

ଦୁନିଆଁ ବୁକୁରେ ଏକାକୀ ଜୀଉଛି

ମନେ ଆସୁଅଛି ଭୟ ।

କିଏ ମୋର ବନ୍ଧୁ କିଏ ମୋର ସିନ୍ଧୁ

କିଏ ଯେ ମୋର ବାପା,ମା

ଜାଣେ ନାହିଁ ମୁହିଁ ଦୁନିଆଁ ରେ କେହି

ହେବ କିଏ ମୋର ଶାହା ।

ଲୁହ ପିଇ, ପିଇ ବଞ୍ଚୁଅଛି ମୁହିଁ

ସୁଖ କଣ ଜାଣେ ନାହିଁ

ଭାବୁଅଛି ମୁହିଁ ଦୁନିଆଁ ରେ ବଞ୍ଚି

ଆଉ କିଛି ଲାଭ ନାହିଁ ।

ସଞ୍ଜ ହୋଇଗଲେ ଲାଗେ ମୋତେ ଡର

ଭୋକରେ ଜଳେ ତ ପେଟ

କେମିତି ବଞ୍ଚିବି କୁହହେ କାଳିଆ

ଦିଶୁନାହିଁ ରାସ୍ତା ଘାଟ ।


Rate this content
Log in